.
ଭଦ୍ରକ,ସୀତାକାନ୍ତ ପାଢ଼ୀ -:ଗତ ୨ /୧/୨୦୨୦ ମସିହାରେ ଭଦ୍ରକ ୧୨ ନମ୍ୱର ୱାର୍ଡ ବଙ୍କସାହି ଅଞ୍ଚଳର ତାଜା ବିବିଙ୍କ ସ୍ଵାମୀ ସେକ ନିଜାମୁଦିନ ଧାମନଗର ରେ ଉର୍ସ ପର୍ବ ସାରି ଘରକୁ ଫେରୁଥିବା ସମୟରେ ଭଦ୍ରକ ବନ୍ତଛକ ପୋଲ ଉପରେ ଏକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ। ଦୁର୍ଘଟଣା ଘଟିବା ପରେ ସେହି ସ୍ଥାନରେ ଉତେଜନା ଦେଖା ଦେଇଥିଲା ପରେ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ମୃତଙ୍କଙ୍କ ପରିବାରକୁ ଦୁଇଲକ୍ଷ ଟଙ୍କାର କ୍ଷତିପୁରଣ ଦେବାକୁ ଘୋଷଣା କରିଥିଲେ। କିନ୍ତୁ ଘୋଷଣା କରିବା ଘୋଷଣା ରେ ରହିଯାଇଥିଲା, ୨ ଜଣ ଜିଲ୍ଲାପାଳ ଭଦ୍ରକ ରୁ ଚାଲିଗଲେ କିନ୍ତୁ ପାଇ ପାରିନଥିଲେ କ୍ଷତି ପୂରଣ, ବାରମ୍ବାର ଜିଲ୍ଲାପାଳ ଅଫିସ ଦୌଡ଼ିଦୌଡ଼ି ହତାସ ହୋଇ ଶେଷରେ ୧୨ ନମ୍ୱର ୱାର୍ଡ ର କାଉସିଲର ହେମନ୍ତ ସାହୁ ପୂର୍ବତନ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଙ୍କୁ ପୁର୍ନବାର ଭେଟି ସମସ୍ତ ଘଟଣା କହିବା ପରେ ଜିଲ୍ଲାପାଳ ଘଟଣା ବିଷୟରେ ଗୁରୁତ୍ୱ ଦେଇ ମୃତକ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତି ପୂରଣ ମଞ୍ଜୁର କରିଥିଲେ । ପରିବାର ଲୋକେ ୨ ଲକ୍ଷ ଟଙ୍କା ପାଇବା ପରେ ଭଦ୍ରକରୁ ଏହି କିଛି ମାସ ହେବ ଯାଇଥିବା ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଙ୍କୁ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ କୃତଜ୍ଞାନ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
ମାଲକାନଗିରି ଜିଲ୍ଲା ମାରିଓ୍ୱାଡା ଆଶ୍ରମ ସ୍କୁଲର ଅନ୍ତେବାସୀମାନେ ଅଭିଯୋଗ ପାଇଁ ୨୦ କିଲୋମିଟର ଚାଲିଚାଲି ଯିବା ଘଟଣା
Next Post