ଜଗତସିଂହପୁର/ସୁମନ୍ତ କୁମାର ଦାସ: ସୁଚନା ଅନୁଯାୟୀ ୧୩ ନମ୍ୱର ଔଡ୍ ଦେ ଭୋଗର ଜଣେ ବନିଆ କାଣ୍ଡି ନାମକ ଜଣେ ବ୍ୟକ୍ତି ପୂର୍ବରୁ ତାଙ୍କ ଭାଇ ବୋହୂ ବିଧବା ମହିଳା ଲିନା କାଣ୍ଡିକୁ ଜବର ଦସ୍ତ ବାହା ହେବାକୁ କହି ଆକ୍ରମଣ ଅତ୍ୟାଚାର ନିର୍ଯ୍ୟାତନା ଦିଏ ଲିନା ଏହି ଘଟଣା ନେଇ ଜଗତସିଂହପୁର ଥାନାରେ ଦୁଇଥର ଏତଲା ଦେଇଥିଲେ । ତାହା ସହିତ ବନିଆ ନାଁ ରେ କେଶ୍ ହୋଇ ଦୁଇଥର ଜେଲ୍ ଯାଇ ଜାମିନ୍ ରେ ଆସିଥିଲା । କେତେକ ରାଜ ନୈତିକ ଲୋକମାନଙ୍କ କଥାରେ ପଡି ବନିଆ ଗତ କାଲି ରାତିରେ ଏକ ଲୁହାର ଶାବଳ ଧରି ପୂର୍ବ କେଶ୍ ଉଠାଇବା ପାଇଁ ଲିନାଙ୍କୁ ଧମକ ଦେବା ସହିତ ଗାଳିଗୁଲଜ କରି ମାରିବା ପାଇଁ ଜଗି ବସିଲା । ଲିନା ଜିବନ ଆକୁଳରେ ତାଙ୍କ ଭାଇକୁ ଡକାଗଲା । ତା ଭାଇ ଲିନା ଘରେ ପହଞ୍ଚୁ ପହଞ୍ଚୁ ବନିଆ କାଣ୍ଡି ସେହି ଶାବଳରେ ପାହାର ଦେଇ ମୁଣ୍ଡକୁ ଫଟାଇଦେଲା । ଲିନା ଙ୍କ ପରିବାର ସହିତ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିନା ତାଙ୍କ ଭାଇକୁ ଚିକିତ୍ସା କରିବା ସହିତ ଟାଉନ୍ ଥାନାରେ ଲିନା ବନିଆ ନାମରେ ଏତଲା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.