ଧରାପଡିଲା ଶଙ୍କରା

0

ଚୋରା ଗାଡି ସମେତ ବନ୍ଧକ ଗାଡି ଉଦ୍ଧାର : ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କଲେ ଏସଡ଼ିପିଓ l

(ମାହାଙ୍ଗା-ଶାସକ ପ୍ରଶାସକ) ଗ୍ରାମାଞ୍ଚଳ ରେ ପ୍ରଭାବ ବିସ୍ତାର କରିଥିବା ତଥାକଥିତ ପ୍ରଭାକର ଓରଫ ଶଙ୍କରା ଙ୍କୁ ଗିରଫ କରିଛି ପୋଲିସ l ଚୋରା ତଥା ବନ୍ଧକ ଗାଡି କାରବାରରେ ଲିପ୍ତଥିବା ମୁଖ୍ୟଅଭିଯୁକ୍ତ ପ୍ରଭାକର ଭଞ୍ଜ ଓରଫ ସଂକରାକୁ କଟକ ଜିଲ୍ଲା ମାହାଙ୍ଗା ପୋଲିସ ଗିରଫକରି କୋର୍ଟ ଚାଲାଣ କରିବାନେଇ ସାମ୍ବାଦିକ ସମ୍ମିଳନୀରେ ସାଲେପୁର sdpo ଙ୍କ ପ୍ରକାଶ । ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ମାହାଙ୍ଗା କାନପୁର ଗ୍ରାମର ପ୍ରଭାକର ଭଞ୍ଜ। ସେ ଦୀର୍ଘଦିନ ହେବ ନିଜ ପରିବାର ସହ ମାହାଙ୍ଗା ଥାନା ଉମର ଗ୍ରାମରେ ରହି ଚୋରାଗାଡି କାରବାର ସହ ଗାଡି ବନ୍ଧକ ରଖିବା ଘଟଣାରେ ଲିପ୍ତଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ସୂଚନା ମୁତାବକ ମାହାଙ୍ଗା ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ ମାହାଙ୍ଗା ପୋଲିସର ଏକ ଟିମ ଉମରଛକ ନିକଟରେ ରାତ୍ରୀ ପେଟ୍ରୋଲିଂ କରୁଥିବାବେଳେ ସନ୍ଦେହରେ ଏକ ବୋଲେରୋ ଗାଡି ଦ୍ରୁତଗତିରେ ଆସୁଥିବାର ଦେଖି ଅଟକାଇଥିଲେ ଗାଡିଟି ନଅଟକିବାରୁ ପୋଲିସର ସନ୍ଦେହ ବଢିଥିଲା ସେହିଗାଡିଟିକୁ ପିଛାକରି ଅଟକାଇବାରୁ ଗାଡିଟି ଚୋରାଗାଡି ବୋଲି ଜଣାପଡିଥିଲା।ମାହାଙ୍ଗା ପୋଲିସ ପ୍ରଭାକର ଭଞ୍ଜଙ୍କୁ ସେଠାରୁ ଗିରଫକରି ଥାନାକୁ ଆଣି ପଚରା ଉଚରା କରିବା ପରେ ତାର ଘରକୁ ରେଡ଼କରିଥିଲା।

ରେଡ଼ କରିବାପରେ ସେଠାରୁ 19ଟିବାଇକ,4ଟି ଚାରିଚାକିଆଗାଡି ସହ 2ଟିମୋବାଇଲ,37ହଜାରଟଙ୍କା ସହ ଲକ୍ଷ୍ୟାଧିକ ଟଙ୍କାର ସୁନାଅଳଙ୍କାର ଜବତ କରିଥିଲା। ମାହାଙ୍ଗା ଥାନା କେଶ ନଂ 244ରେ ଅଭିଯୁକ୍ତ ପ୍ରଭାକର ଭଞ୍ଜକୁ ଗିରଫକରି କୋର୍ଟ ଚାଲାଣ କରିଛି।ଏହି ଘଟଣାରେ ଅନ୍ୟଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇଛନ୍ତି ସାଲେପୁର sdpo ବିମଲ କୁମାର ବାରିକ l

Leave A Reply

Your email address will not be published.