ଭଞ୍ଜନଗର : ଗାଁ ମୁହାଁ ହେବାରେ ଲାଗିଛନ୍ତି ବନ୍ୟପ୍ରାଣୀ। ଘଞ୍ଚ ଜଙ୍ଗଲ ପଦା ହେବା,ଜଙ୍ଗଲ ଭିତରେ ଲୋକଙ୍କ ଅବାଧ ପ୍ରବେଶ ଏବଂ ଖାଦ୍ୟ ଅଭାବରୁ ଅନେକ ବନ୍ୟପ୍ରାଣୀ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଅଭିମୁଖେ ଆସି ଫସଲ ନଷ୍ଟ କରିବା ସହ ମଣିଷ ସହିତ ମୁହାଁମୁହିଁ ହେଉଛନ୍ତି। ଉତ୍ତର ଘୁମୁସର ବନଖଣ୍ଡ ତାରସିଙ୍ଗି ବନାଞ୍ଚଳ କୋକଳବା ଗ୍ରାମରେ ରବିବାର ଭୋର ସକାଳ ସମୟରେ ଘର୍ ଭିତରକୁ ପଶି ବାରହା ଜଣେ ମହିଳାଙ୍କୁ ଆକ୍ରମଣ କରିଛି। ମହିଳା ଜଣଙ୍କ ରବୀନ୍ଦ୍ର ସାହୁଙ୍କ ସ୍ତ୍ରୀ ବୈଜୟନ୍ତୀ ସାହୁ (୩୦) । ବାରହା ଟି ଗ୍ରାମ ନିକଟସ୍ଥ ଲଷ୍ମୀ ମୁଣ୍ଡିଆ ପାହାଡ଼ ରୁ ଆସି ଘର୍ ଭିତରେ ପଶି ମହିଳା ଜଣଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରକାଶ ଯେ, କିଛି ଦିନ ପୂର୍ବେ ପଇତାଗାଁ ଗ୍ରାମର କୀର୍ତ୍ତନ ବିଷୋୟୀ ନିଜ ଜମିରେ ସାର ପକାଉଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ଧାନ ଫସଲର ସମୟ ହୋଇଥିବାରୁ ବିଭିନ୍ନ ଗ୍ରାମ ଗୁଡିକରେ ବାରହା ପଲ ଙ୍କ ଉପଦ୍ରବ ଲାଗି ରହିଥିବା ଜଣାପଡିଛି। ବନ ବିଭାଗ ପକ୍ଷରୁ ଘଟଣାକୁ ଗୁରୁତର ସହ ନିଆଯାଇ କୃଷକ ମାନଙ୍କୁ ସହଯୋଗ କରାନଗଲେ ଆଗାମୀ ଦିନରେ ଫସଲ ନଷ୍ଟ ହେବା ସହ ବହୁ ଲୋକ ଜଙ୍ଗଲୀ ଜନ୍ତୁମାନଙ୍କର ଆକ୍ରମଣର ଶିକାର ହେବେ ଏଥିରେ ସନ୍ଦେହ ନାହିଁ।
Sign in
Sign in
Recover your password.
A password will be e-mailed to you.
Prev Post