ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିଃ.ର 43 ତମ ପ୍ରତିଷ୍ଠା ଦିବସ ପାଳିତ

0

ଓଟିଡିସିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ୧୯୭୯ ମସିହାରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସ୍ଥାପିତ ହୋଇଥିଲା । ନିଗମ ସ୍ଥାପନର ଉଦ୍ଦେଶ୍ୟ, ଏହାର କାର୍ଯ୍ୟରେ ଉନ୍ନତି ସାଙ୍ଗକୁ ବିଭିନ୍ନ ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ନିଗମ ଏହାର କାର୍ଯ୍ୟ ଅବ୍ୟାହତ ରଖିଛିl । ଅତିଥି ଦେବୋ ଭବଃ । ଏହି ମର୍ମ ଅନୁସାରେ ଅନ୍ୟ ରାଜ୍ୟ ବା ଦେଶରୁ ଆସୁଥିବା ଅତିଥିମାନଙ୍କୁ ଉଚିତ୍ ଆତିଥେୟତା ପ୍ରଦାନର କରିବା ଓ ସେମାନଙ୍କୁ ଆନୁଷଙ୍ଗିକ ସୁବିଧା ପ୍ରଦାନ ପୂର୍ବକ ଓଟିଡିସିକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଆଜି ପୂର୍ବାହ୍ଣରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଆୟୋଜିତ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୩ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିଛନ୍ତି ।
ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ଓଟିଡିସିର ସଫଳତା ପଛରେ ୪୩ବର୍ଷ ଧରି ଯେଉଁମାନେ ଅକ୍ଳାନ୍ତ ପରିଶ୍ରମ କରି ଏହାକୁ ଉଚ୍ଚତର ସ୍ଥାନକୁ ନେଇଛନ୍ତି, ସେମାନଙ୍କର ତ୍ୟାଗ ଓ ପରିଶ୍ରମକୁ ପାଥେୟ କରି ଓଟିଡିସିର କର୍ମଚାରୀମାନେ ସାଧୂତା ଓ ଏକାଗ୍ରତାର ସହ କାର୍ଯ୍ୟକରି ଏହି ଅନୁଷ୍ଠାନର ସୁନାମ ବଜାୟ ରଖିବାକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଓଡିଶାରେ ଶ୍ରୀକ୍ଷେତ୍ର,ପୁରୀ, କୋଣାର୍କ ମନ୍ଦିର ସହିତ ଭିତରକର୍ଣ୍ଣିକା, ସିମିଳିପାଳ, ମନ୍ଦିରମାଳିନୀ ସହର,ଭୁବନେଶ୍ୱର ଆଦି ପର୍ଯ୍ୟଟନସ୍ଥଳୀବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି । ଇତିମଧ୍ୟରେ ଓଡିଶାରେ ପୁରୁଷ ବିଶ୍ୱକପ୍ହକିଫାଇନାଲଆୟୋଜନ, ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଓ ଜୁନିଅର ଓ୍ୱାର୍ଲଡ୍ କପ୍ ହକି ଆୟୋଜନ ସମୟରେ ବିଦେଶରୁ ଆସିଥିବା ଖେଳାଳୀ ଓ ପର୍ଯ୍ୟଟକମାନଙ୍କୁ ଉତ୍ତମ ଆତିଥେୟତା ପ୍ରଦାନ ଯୋଗୁଁ ଓଟିଡିସି ତଥା ଓଡିଶା ସରକାର ପ୍ରଶଂସିତ ହୋଇଛନ୍ତି । ଆସନ୍ତା ବର୍ଷ ୨୦୨୩ ବିଶ୍ୱକପ୍ ହକି ଓଡିଶାରେ ଆୟୋଜିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡିଟିସି ପ୍ରସ୍ତୁତି ସଠିକ୍ ଭାବରେ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଟିଡିସି ଠାରୁ ଯେଉଁ ଆଶା ରଖିଛନ୍ତି , ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ପ୍ରଦାନ କରି ସେହି ଆଶା ପୂରଣ କରିବାରେ ସଫଳ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଯୋଗଦେଇ ବିଭିନ୍ନ ଦୃଷ୍ଟାନ୍ତ ପ୍ରଦାନ କରି ଓଟିଡିସିର ସଫଳତା ସଂପର୍କରେ ଆଲୋକପାତ କରିଥିଲେ । ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳନା ଓ ସେବା ପ୍ରଦାନ କେରଳ, ଉତ୍ତରପ୍ରଦେଶରେ ଥିବା ତତୁଲ୍ୟ ଅନୁଷ୍ଠାନ ଅପେକ୍ଷା କୌଣସିଗୁଣରେ କମ୍ ନୁହେଁ ବୋଲି କହିଥିଲେ । ଓଡିଟିସି ଏହା ଉପଲବ୍ଧ ସୁବିଧାକୁ ପୁନଃ ତର୍ଜମା କରି ଆତିଥେୟତା ପ୍ରଦାନରେ ଅଭିନବତ୍ୱ ଆଣିବା, ଅତିଥିମାନଙ୍କୁ ସମ୍ମାନର ସହ ଓ ସୁରକ୍ଷିତ ରଖିବା ଏବଂ ସୁଖାଦ୍ୟ ପରିବେଷଣ ଉପରେ ଅଧିକ ଧ୍ୟାନ ଦେଲେ ସେମାନେ ଓଡିଶାରୁ ନୂଆ ଅନୁଭୂତି ନେଇଯିବେ ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ପ୍ରମୁଖ ଯୋଗଦେଇ ରାଜ୍ୟdର ବିଭିନ୍ନ ସ୍ଥାନରେ ଓଟିଡିସି ତରଫରୁ ପ୍ରଦାନ କରାଯାଉଥିବା ଭ୍ରମଣ ଓ ପାନ୍ଥନିବାସ ସୁବିଧା ଓ ଆତିଥେୟତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଟିଡିସିର ବୁକିଂ ୱେବ୍ ସାଇଟ୍ www.bookodisha.com ଏବଂ ବାର୍ଷିକ ମୁଖପତ୍ର ‘ଏଲିଭେଟିଂ ଏଡିଶା’ ଉନ୍ମୋଚିତ ହୋଇଥିଲା । ଭଲକାମ କରିଥିବା ଓଟିଡିସିର କର୍ମଚାରୀମାନଙ୍କୁ ପୁରସସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ପାନ୍ଥନିବାସ ପରିଚାଳକଙ୍କ ସମେତ ପର୍ଯ୍ୟଟନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.