୩ ଭାଲୁଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ

0

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ପଂଚାୟତର ସାକୁସିଙ୍ଗା ଗ୍ରାମରେ ଶନିବାର ବଡି ସକାଳୁ ଶୌଚ ପାଇଁ ଯାଇଥିବା ଜଣେ ବ୍ୟକ୍ତି ଭାଲୁ ହାବୁଡରେ ପଡି ସେମାନଙ୍କର ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତି କରିଥିବା ଜଣାପଡିଛି  । ପ୍ରାପ୍ତ ସୂଚନା ମତେ ସାକୁଶିଙ୍ଗା ଗ୍ରାମର ନନ୍ଦି କିଶୋର ଭୋକ୍ତା (୫୦) ନାମକ ଜୈନିକ ବ୍ୟକ୍ତି ଶନିବାର ବଡି ପାହାନ୍ତିଆରେ ସୌଚହେବା ପାଇଁ ନିଜ ବାଡି ପଛପଟେ ବିଲହୁଡାକୁ ଯାଉଥିବା ବେଳେ ହଠାତ ବିଲହୁଡା ନିକଟରେ ଥିବା ୩ଟି ଭାଲୁ ହାବୁଡରେ ପଡିଯାଇଥିଲେ । ତିନୋଟି ଯାକ ଭାଲୁ ମିଶି ନନ୍ଦିଙ୍କୁ ଦୁଇହାତ ଗୋଡ ଓ ପଛପଟ ଅଣ୍ଟା ତଳକୁ କାମୁଡି ରକ୍ତାକ୍ତ କରିଦେଇଥିଲେ । ଏହି ସମୟରେ ନନ୍ଦିଙ୍କ ଚକ୍ରାର ଶୁଣି ଗ୍ରାମ ଲୋକେ ସେଠାରେ ପହଁଚି ଯିବା ଦେଖି ଭାଲୁ ମାନେ ସେଠାରୁ ପଳାଇଯାଇଥିଲେ । ସେଠାରୁ ଗୁରୁତର ଆହତ ଅବସ୍ଥାରେ ତଙ୍କୁ ଉଦ୍ଧାର କରି ଗ୍ରାମବାସୀ ଓ ପରିବାର ଲୋକେ ପୁରୁଣାକଟକ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରୁଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପ୍ରତି ସ୍ଥିରଥିବା ଜଣାପଡିଛି । 

Leave A Reply

Your email address will not be published.