ସୁନ୍ଦରଗଡ଼ ପୋଲିସକୁ  ମିଳିଛି ବଡ  ସଫଳତା, ଧରା ହେଲେ ୧୩ ଡକାୟତ 

0

ସୁନ୍ଦରଗଡ଼ରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେହୁରୀଆ  : ସୁନ୍ଦରଗଡ଼ ପୋଲିସକୁ  ମିଳିଛି ମସ୍ତବଡ ସଫଳତା |  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତଥା ପଡୋଶୀ ଜିଲ୍ଲାରେ ଡକାୟତି କରୁଥିବା ଅଭିଯୋଗରେ ଶନିବାର ସୁନ୍ଦରଗଡ଼ ପୁଲିସ୍‌ ଏକ ୧୩ ଜଣିଅା କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି।  ପୁଲିସ୍‌ ଏମାନଙ୍କୁ ଗିରଫ କରିବାପରେ  ସେମାନଙ୍କ ଠାରୁ ସୁରାକ ପାଇଁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି  ୨ଟି ବନ୍ଧୁକ, ୬ ଗୁଳି, ୨ଟି ମ୍ୟାଗ୍‌ଜିମ୍‌, ଭୁଜାଲୀ, ଖଣ୍ଡା, ୩ଟି ବାଇକ୍‌( ୨ଟି ପଲସର, ୧ ପାସନ)  ମୋବାଇଲ୍‌ ଫୋନ୍‌ ଓ ଟ୍ୟାବ୍‌ଲେଟ୍‌ ଆଦି ଜବତ କରିଛି ବୋଲି ଏସପି ସୌମ୍ୟା ମିଶ୍ର ସୂଚନା ଦେଇଛନ୍ତି | 

ଏହି ଗ୍ୟାଙ୍ଗ୍‌ର  ଡକାୟତମାନେ ସୁନ୍ଦରଗଡ଼ ଜିଲ୍ଲାର ଧରୁଆଡିହି( ପିଏସ କେଶ ନ ୫୧/୮.୬ ୧୮, କିଙ୍ଗିରିକେଲା  (ପିଏସ କେଶ ନ ୫୭ /୪ .୭  ୧୮ , ଭଷ୍ମା( ପିଏସ କେଶ ନ ୭୧ /୨୮.୭  ୧୮)  ଓ ଝାର୍‌ସୁଗୁଡ଼ାର ଲାଏକେରା (୮୪/୨୨.୦୫.୧୮)  ଥାନା ଅଞ୍ଚଳରେ ଡକାୟତି ଘଟଣାରେ ମାମଲା ରୁଜୁ ହୋଇଛି । ଗିରଫ ଡକାୟତମାନେ ହେଲେ ସମୀର ନାୟକ, ରବି ମିରି, ପ୍ରକାଶ ଜୟପୁରିଆ, ରାମ ରୋହିଦାସ, ଶୁଭମ୍‌ ନାଗ, ସୁବ୍ରତ ଶେଖର ଦେଓ, ବେଣୁଧର ନାଥ ଓ ଚନ୍ଦନ ବର୍ମା ।

 ୨୪ ତାରିଖରେ ସୁନ୍ଦରଗଡ଼ ଥାନା ଅଞ୍ଚଳରେ ଏମାନେ କରିଥିବା ଡକାୟତି ଉଦ୍ୟମ ଘଟଣାରେ ୪ଜଣକୁ ପୋଲିସ ଗିରଫ କରିବା ପରେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଥିଲା | ତାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କ ଜରିଆରେ ଏହି ଗ୍ୟାଙ୍ଗ୍‌ର ଅପରାଧୀ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହି କୁଖ୍ୟାତ ଅପରାଧୀଙ୍କ ନାମରେ ଆଗରୁ ବହୁ ମାମଲା  ଙ୍କ ନାମରେ ଅାଗରୁ ଏକାଧିକ ଅପରାଧୀକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.