ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଶ୍ରୀ କୃଷ୍ଣ ଏକାଡେମୀରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନାମରେ ଏକ କାର୍ଯ୍ୟକ୍ରମ ସଭା ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମମାନଙ୍କର ମାଗଣା ପରୀକ୍ଷା ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା l ମାଗଣା ପରୀକ୍ଷା ପି ୫ ଟି ବିଭାଗ ଡାକ୍ତର ଆସିଥିଲେ l ଜଗତସିଂହପୁର ବ୍ଲକର କିଛି ଗ୍ରାମ ପଞ୍ଚାୟତ ଓ ଜଗତସିଂହପୁରରେ NAC ୫୯୭ ଜଣ ଭିନ୍ନକ୍ଷମ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଜଗତସିଂହପୁର ବ୍ଲକ ବିଡ଼ିଓ ସାଗର କୁମାର ନନ୍ଦ, ଜଗତସିଂହପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ୟୋତିମୟୀ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ l

Leave A Reply

Your email address will not be published.