ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ବନ୍ୟାଞ୍ଚଳରେ ପ୍ରାଣୀସମ୍ପଦ ବିଭାଗର ଉଲେଖ୍ୟନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ୭ ଗୋଟି ବ୍ଲକ୍ ର ୩୨ ଟି ଗ୍ରାମପଞ୍ଚାୟତ ର ୮୧ ଟି ଗ୍ରାମରେ ୧୭୭୬୦ ଟି ଗାଈ , ମଇଁଷି ଓ ୯,୩୦୬ ଟି ଛେଳି ,ମେଣ୍ଢା ବନ୍ୟା ପ୍ରପୀଡ଼ିତ ହୋଇଛନ୍ତି। ସେଥିପାଇଁ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ୧୯ ଗୋଟି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ଗଠନ କରାଯାଇ ୧,୬୯୪ ଟି ପ୍ରାଣୀଙ୍କ ଚିକିତ୍ସା ପ୍ରଦାନ କରାଯାଇଅଛି। ବର୍ତ୍ତମାନ ସୁଦ୍ଧା ୧୦ ଦିନ ପାଇଁ ୭୨.୫୨ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଓ ୧୪ କ୍ଵିଣ୍ଟାଲ ସବୁଜ ଘାସ ଯୋଗାଇ ଦିଆଯାଇଛି ଏବଂ ଅନ୍ୟାନ୍ୟ ବନ୍ୟା ପ୍ରପୀଡ଼ିତ ଗ୍ରାମର ଚାହିଦା ମୁତାବକ ଆଉ ୧୨୦ ମେଟ୍ରିକ ଟନ ଗୋଖାଦ୍ୟ ମଗାଯାଇଛି। ଏତଦବ୍ୟତୀତ ପ୍ରାଣୀମାନଙ୍କୁ ୧୧,୭୫୦ ମାତ୍ରାର ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି। ବନ୍ୟା ଅଞ୍ଚଳରେ ଗୋଖାଦ୍ୟର ସଠିକ୍ ବଣ୍ଟନ ଓ ପ୍ରାଣୀ ଚିକିତ୍ସା, ପ୍ରତିଷେଧକ ଟିକା , ପ୍ରାଣୀ ଚିକିତ୍ସା ଶିବିର ସୁପରିଚାଳନା ର ତଦାରଖ ନିମନ୍ତେ ୪ ଜଣ ଜିଲ୍ଲା ସ୍ତରୀୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ବୀର କିଶୋର ପରିଡ଼ାଙ୍କ ଠାରୁ ପ୍ରକାଶ l
Sign in
Sign in
Recover your password.
A password will be e-mailed to you.
Next Post