ଲୋକଙ୍କ ନିକଟତର ହୁଅ, ସମସ୍ୟା ସମାଧାନ କର – ଅରୁଣ

0

ଓଡ଼ଗାଁ ପଞ୍ଚାୟତ ସମିତିର ୨ୟ ବୈଠକ ଅନୁଷ୍ଠିତ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଜନ ପ୍ରତିନିଧି କ୍ଷମତାକୁ ଧରି ବସିନଯାଇ ଲୋକଙ୍କ ନିକଟକୁ ଯାଇ ସେବା ଯୋଗାଇ ଦିଅ ବୋଲି ଶୁକ୍ରବାର ଦିନ ଓଡ଼ଗାଁ ପଞ୍ଚାୟତ ସମିତିର ୨ୟ ସାଧାରଣ ବୈଠକରେ ଯୋଗଦେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉପସ୍ଥିତ ସମସ୍ତ ପଂଚାୟତ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟ , ସରପଞ୍ଚ ଏବଂ ସମିତିସଭ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି । ନିର୍ବାଚିତ ପ୍ରତିନିଧି ମାନେ ସଜାଗ ରହିଲେ ସରକାରୀ କର୍ମଚାରୀ ଅବହେଳା ପାଇଁ ସୁଯୋଗ ପାଇବେ ନାହିଁ । ସରକାରୀ କର୍ମଚାରୀଙ୍କ ଅବହେଳାକୁ ବରଦାସ୍ତ କରାନଗଲେ ଉପଭୋକ୍ତା ମାନେ ସହଜରେ ସୁବିଧା ସୁଯୋଗ ପାଇପାରିବେ ।

ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଅଧିବେଶନରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ଚିନ୍ମୟୀ ମିଶ୍ର, ସଂଯୁକ୍ତା ପଢିହାରୀ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ଜଳ ବିଭାଜିକା ନିର୍ଦ୍ଦେଶକ ସୁଧାକର ଶତପଥୀ, ବିଡିଓ ସ୍ୱାତିଲେଖା ଦାସ ପ୍ରମୁଖ ବିଭିନ୍ନ ପଂଚାୟତ ମାନଙ୍କର କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ। ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନିଲାଞ୍ଜନ ଦାଶ , ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ବେହେରା, ଉଦ୍ୟାନ କ୍ରୁଷି ଅଧିକାରୀ ଅଜିତ୍ ନାୟକ , କ୍ରୁଷି ଅଧିକାରୀ କାଳନ୍ଦୀ ପରିଡା, ବ୍ଳକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡାଙ୍କ ଏବଂ ଅନ୍ୟ ସମସ୍ତ ଯନ୍ତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ପାନୀୟ ଜଳ ଯୋଗାଣ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଅମୃତ ସରୋବର, କ୍ଷେତ ପୋଖରୀ ନିର୍ମାଣ, ଏବଂ ମାଛ ଚାଷ ସମ୍ପର୍କରେ ଆଲୋଚନା ହୋଇଥଲା। ଏନଆରଇଜିଏସ ଜବକାର୍ଡଧାରୀ ମାନଙ୍କ ଜମାଖାତାକୁ ଟଙ୍କା ପହଞ୍ଚି ଅନ୍ୟ ଖାତାକୁ ଟଙ୍କା ଯାଉଥିବାରୁ ପ୍ରକୃତ କାମ କରିଥିବା ଲୋକପାଖରେ ପାରିଶ୍ରମିକ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଥିଲା। ପ୍ରତି ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ଖୁବଶୀଘ୍ର ଏକ ଆକ୍ସନ ପ୍ଳାନ ପ୍ରସ୍ତୁତ କରିବା ସହିତ ଚାଲୁ ରହିଥିବା କାର୍ଯ୍ୟକୁ ସାରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.