ବଜ୍ରପାତରେ ଜଣେ ମୃତ : ତିନି ଜଣ ଗୁରୁତର l

0

( ମାହାଙ୍ଗା – ଦେବେନ୍ଦ୍ର ଷଡ଼ଙ୍ଗୀ ) – ମାହାଙ୍ଗା ଥାନା ନାହାଙ୍ଗ ଗ୍ରାମ ପଞ୍ଚାୟତ ବାଲିପଡ଼ା ଗାଁ ରେ ବଜ୍ରପାତରେ ଜଣେ ୧୬ ବର୍ଷ ର ବାଳକ ର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l ଅବସ୍ଥା ଗୁରୁତର ହେବାରୁ 3ଜଣଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରା ଯାଇଛି। ଧାନ ବିଲରେ କାମ କରୁଥିବା ସମୟରେ ହିଁ ଏପରି ଅଘଟଣ ଘଟିଛି । ଘଡ଼ଘଡ଼ି ରେ ଆହତ ପରେ ଚାରିଜଣଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ତ୍ୟୁ ଘଟିଛି ବୋଲି ପ୍ରକାଶ କରିଥିଲା ବେଳେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରା ଜାଇଛି। ମୃତକ ଜଣକ ହେଲେ ୧୬ ବର୍ଷ ର ବାଳକ ସୁରେଶ ଜେନା, ଏବଂ ଗୁରୁତର ମାନେ ହେଲେ, ଟୁକୁନା ଜେନା,ଗୋପାଳ ଜେନା ଓ ହାୱାଡା ଜେନା l ତେବେ ଏହି ପରିବାର ଦ୍ୱୟ କୁ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି

Leave A Reply

Your email address will not be published.