ଭଦ୍ରକ: (ସତ୍ୟବ୍ରତ ନାୟକ)ଏଭଳି ଅଭାବନୀୟ ଘଟଣ ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଈଶ୍ବରପୁର ଗାଁରେ, ଗତ ୧୪ ତାରିଖ ସନ୍ଧ୍ୟାରେ । ମୃତା ଶଶଧର ମଳିକଙ୍କ ସ୍ତ୍ରୀ ସୀତାମଣି ମଳିକ ବୋଲି ଜଣା ଯାଇଛି। ଶଶଧର ବାହାର ରାଜ୍ୟରେ କାମଧନ୍ଦା କରେ। ରବିବାର ଘରକୁ ଆସି ସନ୍ଧ୍ୟାରେ ବଜାରରୁ ମାଛ କିଣି ସ୍ତ୍ରୀକୁ ରୋଷେଇ କରିବାକୁ କହିଥିଲା। ରୋଷେଇ ନକରିବାରୁ ସୀତାମଣି ଶଶଧରଙ୍କ ମଧ୍ୟରେ ଝଗଡା ହୁଇଥିଲା ।ସେଥିରେ ଉତକ୍ଷିପ୍ତ ହୋଇ ଶଷଧର ମୁହଁକୁ ବିଧା ଚାପୁଡା ମାରିବା ସହିତ ତଣ୍ଟି ଚିପି ହତ୍ୟା କରିଥିବା ସ୍ଵୀକାର କରିଛି, ଯାହାକୁ ନେଇ ପୋଲିସ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି | ଅଭିଯୁକ୍ତ ସ୍ବାମୀ ଶଶଧରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.