ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନୂଆଗଡ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ବୁଝାଇଥିଲେ ଏବଂ ବିଭିନ୍ନ ସରକାରୀ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସଚେତନତା କରାଇଥିଲେ ଏବଂ ମାଗଣା ଆଇନ ସେବା ଜିଲ୍ଲାର କୋଣ ଅନୁକୋଣରେ କିପରି ପହଞ୍ଚିପାରିବ ସେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଇଥିଲେ।
ଅନ୍ୟତମ ଅତିଥି ଭାବେ ନୂଆଗଡ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲବାନେନ୍ଦୁ ମହାନ୍ତି , ସହକାରୀ ଯନ୍ତ୍ରୀ , ନୂଆଗଡ , ଶ୍ରୀ ପ୍ରଦୁମ୍ନ କୁମାର ଦାସ ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଗ୍ରାମ ପଞ୍ଚାୟତ ଅଧିକାରୀ ଶ୍ରୀ ନୃସିଂହ ଚରଣ ମିଶ୍ର , ଯୋଗାଣ ନିରୀକ୍ଷକ ଶ୍ରୀ ଜୀବନ ଜ୍ୟୋତି ପାଣିଗ୍ରାହୀ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସୁବିଧା , ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପ୍ୟାସେଜ ଯୋଜନାରେ ମିଳିବ ସହାୟତା , ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଓ ଯୋଗଯତ୍ନ ପ୍ରଦାନକାରୀ ବ୍ୟକ୍ତିଙ୍କୁ ଅନ୍ୟାନ୍ୟ ସରକାରୀ ଯୋଜନାରେ ପ୍ରାଥମିକତା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.