ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ମୋହନା , ଉଦ୍ୟାନ କୃଷି ବିଭାଗ ଓ ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ”ସକାଳ” ସଂସ୍ଥାର ମିଳିତ ସହଯୋଗରେ ମୋହନା ବ୍ଲକ ଅନ୍ତର୍ଗତ କରଚବାଡି ପଞ୍ଚାୟତ ଅଧିନ ୬ଖଣ୍ଡ ଗ୍ରାମର ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଚାଷୀଙ୍କୁ ନେଇ ବ୍ରାହ୍ମଣୀଦେଇ ପଞ୍ଚାୟତ ସଙ୍ଗଠନ କାର୍ଯ୍ୟାଳୟ ଠାରେ କନ୍ଦମୂଳ ଚାଷର ଏକ ଦିବସୀୟ ତାଲିମ ଓ କ୍ଷେତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଳକର ଉଦ୍ୟାନ କୃଷି ସଂପ୍ରସାରଣ ଅଧିକାରୀ ଗୋପୀନାଥ ସାହୁ ଯୋଗଦେଇଥିବା ବେଳେ ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ସଂଯୋଜକ ଦେବାଶୀଷ ସାମନ୍ତରାୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଉଦ୍ୟାନ ବିଭାଗର ସଂପ୍ରସାରଣ ଅଧିକାରୀ ଦୀପ ପ୍ରଜ୍ଜ୍ଵଳନ କରି କନ୍ଦମୂଳର ଉପକାରୀତା , ସ୍ଵଳ୍ପ ଆୟ ବିନିଯୋଗ କରି ଏବଂ କନ୍ଦମୂଳକୁ କିପରି ଲଗାଯିବ ସେ ସମ୍ପର୍କରେ ଚାଷୀ ଭାଇ ଭଉଣୀମାନଙ୍କୁ ବୁଝାଇବା ସହ ଆଳୁ ଗବେଷଣା କେନ୍ଦ୍ର ଦେଉଥିବା ଯନ୍ତ୍ର ଦ୍ୱାରା କିପରି ସ୍ଵଳ୍ପ ସମୟ ମଧ୍ୟରେ , କମ ଖର୍ଚ୍ଚରେ କ୍ଷେତ୍ର ପ୍ରସ୍ତୁତି କରିହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। କମ ଖର୍ଚ୍ଚରେ ଅଧିକ ଅମଳକ୍ଷମ ଓ ପୁଷ୍ଟିକର ଖାଦ୍ୟବତ୍ତା କିପରି ମିଳିବ ସେ ଦିଗରେ ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ସଂଯୋଜକ ଚାଷୀମାନଙ୍କୁ ବୁଝାଇଥିଲେ ।
ଡଙ୍କ ବିଶୋଧନ , ଦୂରତା , ସମୟାନୁସାରେ ଜୈବିକ ସାର ପ୍ରୟୋଗ , ରୋଗ , ପୋକ , ଘାସ ନିୟନ୍ତ୍ରଣ , ଚାଷୀମାନଙ୍କୁ ଆର୍ଥିକ ସହାୟତା ବ୍ୟବସ୍ଥା ଉପରେ ଆନ୍ତର୍ଜତୀୟ ଆଳୁ ଗବେଷଣା କେନ୍ଦ୍ରର ଜିଲ୍ଲା କାର୍ଯ୍ୟନିର୍ବାହୀ ଅଧିକାରୀ ଦିପ୍ତୀରଞ୍ଜନ ପ୍ରଧାନ ଚାଷୀମାନଙ୍କୁ ବୁଝାଇଥିଲେ।
”ସକାଳ” ଅନୁଷ୍ଠାନର ସଂପାଦକ ନଗେନ୍ଦ୍ର କୁମାର ନନ୍ଦୀ କନ୍ଦମୂଳ ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଉପସ୍ଥିତ ଚାଷୀଙ୍କୁ ଅବଗତ କରାଇଥିଲେ। ସକାଳ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଗୌଡ ଓ ପଞ୍ଚାୟତ ସଂଯୋଜକ ଯୋଗେନ୍ଦ୍ର ସ୍ଵାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post