ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଅଂଚଳରେ ୭୬ତମ ସ୍ୱାଧିନତା ଦିବସ ଝିପି ଝିପି ବର୍ଷା ସତ୍ୱେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବ ଦିନ ନୂଆପାଲିସ୍ଥିତ ନବପ୍ରଭାତ ଆଶ୍ରମ ଏବଂ ସ୍ଥାନୀୟ ହନୁମାନ କ୍ଳବର ମିଳିତ ସହଯୋଗରେ ୫୦୦ମିଟର ଲମ୍ବ ତ୍ରିରଙ୍ଗା ପତାକାକୁ ଶୋଭାଯାତ୍ରା କରାଯିବା ସହ ପ୍ରତ୍ୟେକ ଘରେ ଏକ ତ୍ରିରଙ୍ଗା ଉଡାଯାଇଥିଲା । ଅଗଷ୍ଟ ୧୫ ତାରିଖ ଦିନ ପାରମ୍ପରିକ ରିତି ନିତିରେ ପତାକା ଉତୋଳନ କରାଯାଇଥିଲା । ମେଲଛାମୁଣ୍ଡା ଅଂଚଳ ତ୍ରିରଙ୍ଗାମୟ ହୋଇ ଉଠିଥିଲା । ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜିତେନ୍ଦ୍ରିୟ ସାହୁ, ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିନୋଦ ବିହାରି ମିଶ୍ର, ସରସ୍ୱତୀ ଶିଶୁ ମନ୍ଦିରରେ ସଭାପତୀ ପଂଚାନନ ଦଳପତୀ, ପୋଲିସ ଷ୍ଟେସନରେ ଏଏସଆଇ ଶ୍ରଦ୍ଧାକର କନ୍ଧ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା. ଦେବାଶିଷ ରଥ, ହୋମିଓପ୍ୟାଥି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା. ପୁଷ୍ପଲତା ସାମନ୍ତ, ରାଜସ୍ୱ କାର୍ଯ୍ୟାଳୟରେ ଆରଆଇ ଯୁଧିଷ୍ଠିର ବିଶ୍ୱାଲ, ଗ୍ରାମିଣ ବ୍ୟାଙ୍କରେ ବ୍ୟାଙ୍କ ପରିଚାଳକ ଆଶିଷ ସାହୁ, ଟାଟା ଗ୍ରୀଡରେ ସେକସନାଲ ଅଫିସର ଇଂ ରାକେଶ ମହାପାତ୍ର, ଫରେଷ୍ଟ କାର୍ଯ୍ୟାଳୟରେ ବନପାଲ ରମେଶ ପଧାନ, ପଂଚାୟତ କାର୍ଯ୍ୟାଳୟରେ ସରପଂଚ ପ୍ରତ୍ୟୁଷ ରଂଜନ ଭୋଇ, ଦିପ୍ତିପୁରସ୍ଥିତ ଏସବିଆରେ ବ୍ୟାଙ୍କ ପରିଚାଳକ ପ୍ରଦୀପ ବୁଡା, କେନ୍ଦ୍ୁପତ୍ର ଅଫିସରେ ଫରେଷ୍ଟର ପହିଲ ବେହେରା, ଘେଁସ ରେଂଜ ଅଫିସରେ ରେଂଜର ଗଜେନ୍ଦ୍ର ଏଣ୍ଡଜା ପ୍ରମୁଖ ପତାକା ଉତୋଳନ ସହ ଅଭିବାଦନ ଗ୍ରହଣ କରିଥିଲେ । ମେଲଛାମୁଣ୍ଡା ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ସାମୁହିକ ପ୍ୟାରେଡରେ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀଙ୍କ ନୃତ୍ୟ ପରିବେଷଣ ବେଶ ମନ ମୁଗ୍ଧକର ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post