ରୁଢ଼ାପଦର ରେ ନିଆଁ ଲାଗି ୪ ପରିବାରର ୬ ବଖରା ଭସ୍ମୀଭୂତ

0

ଭଞ୍ଜନଗର : ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ ଅଧୀନ ରୁଢ଼ାପଦର ଗ୍ରାମର ପ୍ରଧାନ ସାହିରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ପ୍ରାୟ ୬ ବଖରା ଘର ଜଳ ପୋଡି ପାଉଁଶ ହୋଇଯାଇଛି। ଗ୍ରାମର ଅଶୋକ ନାୟକ,ପ୍ରେମଲତା ନାୟକ,ପ୍ରମିଳା ନାୟକ ଓ ଶମ୍ଭୁ ନାୟକ ଙ୍କ ଘର ଜଳି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜଣାପଡିନାହିଁ । ଅଗ୍ନିକାଣ୍ଡ ରେ ଘରର ସମସ୍ତ ଆସବାବପତ୍ର ସହ ବହୁ ମୂଲ୍ୟବାନ ଜିନିଷ ଜଳି ପୋଡି ନଷ୍ଟ ହୋଇ ଯାଇଥିବା ଜଣାପଡିଛି। ଖବର ପାଇ ନିକଟସ୍ଥ ଦଶପଲ୍ଲା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛି। ଉକ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବା ରୁ ସରକାରୀ ସହାୟତା ପ୍ରଦାନ କରିବା ସହ ଉପଯୁକ୍ତ ଥାଇଥାନ କରିବା ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି ।

Leave A Reply

Your email address will not be published.