(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ ) – ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ଙ୍କ ସଂଯୋଜନା ରେ ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଶୋଭା ଯାତ୍ରା ରେ 2କିଲୋମିଟର ରୁ ଅଧିକ ଲମ୍ୱ ବିଶିଷ୍ଟ ତ୍ରିରଙ୍ଗା ପତକା କୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟା ରେ ଜନସାଧାରଣ ଧରି ଏକ ପଦଯାତ୍ରା ମାଧ୍ୟମରେ ନିଶ୍ଚିନ୍ତକୋଇଲି ବଉଳ ବଜାର ରୁ ବାହାରି କୁଳିଆ ସ୍ଥିତ ବିଜେପି କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲେ l ତେବେ ଏଭଳି ଦେଶପ୍ରେମ ମୂଳକ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ହଜାର ହଜାର ସଂଖ୍ୟା ରେ ଜନସମାଗମ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ପ୍ରଭାରି ଭୁବନମୋହନ ଜେନା,
ପୁରୀ ଜିଲ୍ଲା ପିପିଲି ସଭାପତି ଆଶ୍ରିତ ପଟ୍ଟନାୟକ , ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନ, ଜିଲ୍ଲା ସଭାନେତ୍ରି ଯାଜ୍ଞଶେନି ଜେନା ପ୍ରମୁଖ ପଦଯାତ୍ରା ମାଧମରେ ତ୍ରିରଙ୍ଗା ସୋଭାଯାତ୍ରା ରେ ଯୋଗଦାନ କରିଥିଲେ , ଏହି କାର୍ଯ୍ୟକ୍ରମ ରେ ବିଜେପି ନେତା ମନୋରଞ୍ଜନ ନାୟକ , ବିବେକାନନ୍ଦ ବେହେରା,ଜିତେନ୍ଦ୍ର ଶତପଥୀ , ବିରିଷ୍ଟ ବିଜେପି ନେତା ବିଶ୍ଵନାଥ ଜେନା , ସରପଞ୍ଚ ମଧୁସ୍ମିତା ରାଉତ, ସମିତି ସଭ୍ୟ ଭବାନୀ ବେହେରା , ସବିତା ସାମଲ, ସବିତା ସିଂ,
ମଣ୍ଡଳ ସଭାପତି ରଞ୍ଜନ ରାଉତ, ଅଶୋକ ସାହୁ, କୈଳାସ ବେହେରା, ଭକ୍ତ ଚରଣ ସ୍ୱାଇଁ, ନିର୍ମଳ ରାଉତ, ଅରୁଣ କୁମାର ସେଠି, ହେମନ୍ତ ରାଉତ, ଦେବଦତ୍ତ କର, କଲ୍ୟାଣୀ ସେଠି, ସୁଧାଂଶୁ ଭୂୟା,
ସନ୍ତୋଷ କାପ ଙ୍କ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ବହୁ ବିଜେପି କର୍ମୀମାନେ ଯୋଗଦାନ କରି ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ଉଦେଶ୍ୟରେ ନାରାବାଜି ଦେଇ ଭବ୍ୟ ତ୍ରିରଙ୍ଗା ସୋଭାଯାତ୍ରା ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.