ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସ ର ସହ 76 ତମ ସ୍ୱାଧୀନତା ଦିବସ ପାଳିତ

0

 (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ )- ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ 76ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚାୟତ ସମିତି ପରିସରରେ ବ୍ଲକ ଅଧକ୍ଷା ରୋଜି ସେଠି, ବ୍ଲକ ଉପାଧକ୍ଷା ଅଶୋକ କୁମାର ଓଝା ପତାକା ଉତ୍ତୋଳନ କରିଥିଲାବେଳେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ, ବ୍ଲକ କର୍ମଚାରୀ, ଯୁବ ଛାତ୍ର କର୍ମୀ, ବରିଷ୍ଟ ନାଗରିକ, ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀଙ୍କ ଉଦେଶ୍ୟରେ ନାରା ଦେଇଥିଲେ l ସେହିପରି ଭାବେ ସରପଡା ଗ୍ରାମ ପଂଚାୟତ ପରିସରରେ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ଉପଲକ୍ଷେ ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟ, ସମିତିସଭ୍ୟା ସସ୍ମିତା ସ୍ୱାଇଁ ପତାକା ଉତ୍ତୋଳନ  କରିଥିଲା ବେଳେ ଯୁବନେତା ପ୍ରମୋଦ ସ୍ୱାଇଁ, ବରିଷ୍ଟ ନେତା ତପନ କୁମାର ଦାଶ ଙ୍କ ସମେତ ବହୁ ୱାର୍ଡମେମ୍ବର ମାନେ ଉପସ୍ଥିତ ଥିଲେ  l ଏଥିରେ ବରିଷ୍ଟ ନାଗରିକ ମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଅବସରରେ ବିରିଷ୍ଟ ନାଗରିକ ମାନେ ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଷ୍ଠ ଅବଦାନ ସମ୍ପର୍କରେ ବିଶେଷ ଭାବେ ମତବ୍ୟକ୍ତ କରିଥିଲେ l ତେବେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସ ର ସହ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l

Leave A Reply

Your email address will not be published.