ସିମୁଳିଆ,(ଅକ୍ଷୟ କୁମାର ଜେନା): ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକର ର ମଇତାପୁର ପଞ୍ଚାୟତର ସରପଞ୍ଚ ପ୍ରଥିନି ମନୋରମା ବେହେରା ସ୍ଵାଧୀନତା ର ଛସ୍ତରି ତମ ଦିବସ ଏବଂ ଆମ୍ରୀତ ମହୋତ୍ସବ ଉପଲକ୍ଷେ ଏକ ନିଆରା ପରମ୍ପରା ରେ ଏହି ଦିବସ ପାଳନ କରିଛନ୍ତି। ପଞ୍ଚାୟତ ର ସମସ୍ତ ପୂର୍ବତନ ସରପଞ୍ଚ ମାନଙ୍କୁ ଡାକି ସମ୍ମାନ ପତ୍ର ଉତ୍ତରୀୟ ଦେବା ସହ ଆଗାମୀ ଦିନ ରେ ପଞ୍ଚାୟତ କୁ ଆଗେଇ ବା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଚାରି ଜଣ ପୁର୍ବତନ ସରପଞ୍ଚ ଯଥା ଭରତ ଚନ୍ଦ୍ର ସିଂହ, ରମେଶ ଚନ୍ଦ୍ର ସାହୁ, ମଞ୍ଜୁ ସିଂହ, ନରହରି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସର୍ବ ଦଳ ନିର୍ବିଶେଷରେ ବହୁ କର୍ମୀ ଉପସ୍ଥିତ ରହିବା ସହ ଏପରି କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ।ତତ୍ ସହ ବିଜେଡି ଯୁବ ନେତା ଜୟନ୍ତ ପ୍ରସାଦ ନାୟକ ପୂର୍ଣ୍ଣାଙ୍ଗ ସହଯୋଗ କରିବା ସହ
ବରିଷ୍ଟ ଜ୍ୟୋତିର୍ବିଦ ପୂର୍ଣ୍ଣ ଚନ୍ଦ୍ର ନାୟକ ସଭା ପରିଚାଳନା କରିଥିଲେ। ସିମୁଳିଆ ବ୍ଲକ ଚେୟାର ମ୍ୟାନ ବାବାଜି ମଲିକ ଉପସ୍ଥିତ ରହି ପଞ୍ଚାୟତ କୁ ଆଗେଇ ବା ଦିଗରେ ଦୃଷ୍ଟିପାତ କରିଥିଲେ।
Sign in
Sign in
Recover your password.
A password will be e-mailed to you.