ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ

0

ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ସକାଳ ୯ଟା ୧୫ ମିନି ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଦେଶ ସ୍ୱାଧୀନତା ରେ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆମେ ଆଜି ସ୍ୱାଧୀନ ଭାରତରେ ବସବାସ କରିପାରୁଛେ। ତେଣୁ ଆମେ ଆଜି ଗର୍ବିତ ବୋଲି ମୁଖ୍ୟ ଅତିଥି କହିଥିଲେ। ଏହା ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି, ଭାରପ୍ରାପ୍ତ ତହସିଲଦାର ନିହାର ରଞ୍ଜନ ବେହେରା, ଥାନା ଅଧିକାରୀ ଧିରେସ କୁମାର ଦାସ ସମ୍ମାନିତ ଅତିଥି ରୂପେ ଯୋଗ ହୋଇଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ସଂଯୋଜନା କରିଥିଲେ।ଏହାପରେ ଉପଜିଲ୍ଲାପାଳ ଶ୍ରୀ ରାୟ ଉପଖଣ୍ଡ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ପରେ ଚିଦାନନ୍ଦ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଶେଷରେ ବୃକ୍ଷରୋପଣ କରାଯାଇଥିଲା।

Leave A Reply

Your email address will not be published.