ଭଦ୍ରକ,ସୀତାକାନ୍ତ ପାଢ଼ୀ -:ଭଦ୍ରକ ଜିଲ୍ଲାରେ ଲଘୁ ଚାପଜନିତ ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ପ୍ରବାହିତ ସାଳନ୍ଦୀ, ବୈତରଣୀ ଏବଂ ଏହାର ଶାଖା ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀ ର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ, ଶନିବାର ଜଳସ୍ତର ସକାଳ ୮ ଟା ବେଳକୁ ୧୭.୯୫ ରେ ପ୍ରଭାହିତ ହେଉଛି । ତଥାପି ଉପର ଏବଂ ତଳ ମୁଣ୍ଡରେ ଲଘୁଚାପ ବର୍ଷା ଜାରିଥିବା ହେତୁ ବୈତରଣୀରେ ଜଳ ସ୍ତର ପୁଣି ବୃଦ୍ଧି ପାଇ ନଦୀ କୁଳିଆ ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକ ରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଲଗାଣ ବର୍ଷା ରେ ଜିଲ୍ଲାର ବିଭିନ୍ନ ତଳିଆ ଏବଂ ଖାଲୁଆ ଅଂଚଳ ଜଳମଗ୍ନ ହୋଇଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ସଜାଗ ରହିବାକୁ ନିର୍ଦେଶ ଜାରି କରାଯାଇଛି । ଅନୁରୂପ ଭଦ୍ରକ ଜିଲ୍ଲାରେ ପ୍ରବାହିତ ସାଳନ୍ଦୀ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଉଥିବା ବେଳେ ସମ୍ଭାବ୍ୟ ପରିସ୍ଥିତି କୁ ଆଖିରେ ରଖି ଗତ ଗୁରୁବାର ଠାରୁ ହଦଗଡ଼ ଜଳ ଭଣ୍ଡାରରୁ ଜଳ ଛଡା ଆରମ୍ବ ହୋଇଛି । ଏଠାରେ ପୂର୍ଣ ଜଳଧାରଣ କ୍ଷମତା ୮୨ ମିଟର ରଗିଥିବା ବେଳେ ଏବେ ୭୮ ମିଟର ଉଚ୍ଚତାରେ ପାଣି ମହଜୁଦ ରହିଛି । ଉପର ମୁଣ୍ଡରେ ଲଗାଣ ବର୍ଷା କୁ ଦୃଷ୍ଟିରେ ରଖି ଜଳଭଣ୍ଡାର ଜଳ ନିୟନ୍ତ୍ରଣରେ ରଖିବା ସକାସେ ଡ୍ୟାମ କତ୍ତୃପକ୍ଷ ସେକେଣ୍ଡ ପ୍ରତି ୧୦୦୦ ଘନଫୁଟ ଜଳ ଛାଡ଼ୁଛନ୍ତି । ଭଦ୍ରକ ଜିଲ୍ଲାରେ ଗତକାଲି କମ ବୃଷ୍ଟିପାତ ଅନୁଭୂତ ହୋଇଥିଲେ ମଧ୍ୟ ସମ୍ଭାବ୍ୟ ପରିସ୍ଥିତି କୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ବିଭାଗକୁ ସତର୍କ ଏବଂ ସଜାଗ ରହିବାକୁ ନିର୍ଦେଶ ଦେଇଛି ।ବୈତରଣୀ ନଦୀ ବିପଦ ସଙ୍କେତ ଟପିବାପରେ ଭଦ୍ରକ ଜିଲ୍ଲାପାଳ ସିଧେଶୋର ବଳିରାମ ବନ୍ଦୋର ଆଖୁଆପଦା ଆନିକଟ ଓ ବିଭିନ୍ନ ଏସକେପ ପରିଦର୍ଶନ କରିଛନ୍ତି ।ଜଳସ୍ତର ବୃଦ୍ଧି ହେବାନେଇ ମଧ୍ୟ ପ୍ରତିକ୍ରିଆ ରଖିଛନ୍ତି ।ତେବେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
Sign in
Sign in
Recover your password.
A password will be e-mailed to you.