୭୫ ମିଟର ଲମ୍ବ ଜାତୀୟ ପତାକା ଉଡାଇଲା ରଣପୁର କଂଗ୍ରେସ

0

ରଣପୁର/ ପ୍ରସନ୍ନ କୁମାର ସାମନ୍ତରାୟ : ସ୍ୱାଧୀନତାର ୭୫ ବର୍ଷ ଅବସରରେ ଜାତୀୟ କଂଗ୍ରେସର ତ୍ୟାଗ ଓ ବାଳିଦାନ ସ୍ମୃତିରେ ସ୍ୱାଧୀନତାର ଗୌରବ ଯାତ୍ରା  ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ପୂଜ୍ୟ ରଘୁ–ଦିବାକରଙ୍କ ପ୍ରତିମୂର୍ତିରେ ମଲ୍ୟାର୍ପଣ କରି,ଏକ ପଦଯାତ୍ରା ଆରମ୍ଭ ହୋଇଥିଲା। କଂଗ୍ରେସର ନେତୃମଣ୍ଡଳୀ ମାନେ,ରଣପୁର ପଞ୍ଚୁଦୋଳ ପଡ଼ିଆଠାରେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିର ଖୁସି ମୁହୂର୍ତ୍ତରେ ୭୫ମିଟର ଜାତୀୟ ପତାକା ଉଡାଇ ଦେଶପ୍ରେମ ଓ ଧର୍ମନିରପେକ୍ଷ ଭାରତ ବର୍ଷର ଭାଇଚାରା ଦେଶପ୍ରେମ ଉଦ୍ରେକ କରିଥିଲେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ,ରନ୍ଧନ ଗ୍ୟାସ ଦର ବୃଦ୍ଧି,ରୋଜଗାର ନପାଇ କୋଟି କୋଟି ଯୁବକ ବେକାର,ଦେଶର ଅର୍ଥନୀତି ନିମ୍ନଗାମୀ, କଂଗ୍ରେସ ଶାସନରେ ପ୍ରତିଷ୍ଠିତ ଲାଭଦାୟକ ରାଷ୍ଟ୍ରାୟତ ଉଦ୍ୟଗ ଅମ୍ବାନୀ ଓ ଅଦାନୀକୁ ସାଗମାଛ ଦରରେ ବିକ୍ରି,ପ୍ରମୁଖ ବିରୋଧୀ ନେତାଙ୍କ ବିରୋଧରେ ଇଡ଼ି,ସିବିଆଇ ଲଗାଇ ବିରୋଧୀ ସ୍ୱରକୁ ଚାପିଦେବା ପାଇଁ ପ୍ରତିଶୋଧ ରାଜନୀତି ଦେଶର ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କଂଗ୍ରେସ ନେତୃମାଣ୍ଡଳୀ ଉପସ୍ଥାପନ କରିଥିଲେ। କଂଗ୍ରେସ ଯୁବନେତା ସତ୍ୟବ୍ରତ ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି ଗୌରବ ଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ,ବ୍ଲକ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ଜେନା,ମହିଳା କଂଗ୍ରେସ ସଭାପତି ପ୍ରତିମା ଜେନା, ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ମୀର୍ ଆବୁବକର ସିଦ୍ଧିକ, ଛାତ୍ରକଂଗ୍ରେସ ଜ୍ୟୋତିରଞ୍ଜନ ଦାସ,କିଷାନ ସେଲ ସଭାପତି ଧ୍ରୁବଚରଣ ପରିଡା,ଉପ ସଭାପତି ଶତ୍ରୁଘନ ପାଇକରା,ସାଧାରଣ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ,ଓଡ଼ଗାଁ ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ,ରଣପୁର ବ୍ଲକ ଯୁବକଂଗ୍ରେସ ସଭାପତି ଜିତେନ୍ଦ୍ର ପ୍ରଧାନ,ମଦନମୋହନ ବିଶୋଇ,ଆଇଏନଟିୟୁସି ଉପ-ସଭାପତି ଆଲୋକ ଚନ୍ଦ୍ର ପ୍ରଧାନ,ପ୍ରକାଶ ଚନ୍ଦ୍ର ନାୟକ,ବାଦଲ ପ୍ରଧାନ,କୃଷ୍ଣ ଚନ୍ଦ୍ର ସେଠି,ଅନିଲ ପରିଡା,ଲୀୟକତ ଅଲି ସମେତ ସହ ସହ ଦଳୀୟ କର୍ମୀ ସ୍ୱାଧୀନତାର ଗୌରବ ଯାତ୍ରାରେ ସାମିଲ ହୋଇଥିଲେ।

Leave A Reply

Your email address will not be published.