ରଣପୁର/ ପ୍ରସନ୍ନ କୁମାର ସାମନ୍ତରାୟ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳ ନଗରସଭାପତି ଲିଙ୍ଗରାଜ ନାୟକ ଙ୍କ ପିତା ସ୍ୱର୍ଗତ କିଶୋର ଚନ୍ଦ୍ର ନାୟକ ଙ୍କ ଦ୍ୱାଦଶାହ କ୍ରିୟା ଅନୁଷ୍ଠିତ ହୋଇଯାଇଛି ସ୍ବର୍ଗତ ନାୟକ ଜଣେ ପରଉପକାରୀ ମେଳାପୀ ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଥିଲେ ସେ ଦୀର୍ଘ ଦିନ ଧରି ବିଜୁ ଜନତା ଦଳ ରଜନୀତି ରେ ସକ୍ରିୟ ରହି ରଣପୁର ଏନ. ଏସି ପାଈଁ କାର୍ଯ୍ୟ କରି ଆସୁଥିଲେ ଏବଂ ରଣପୁର ହାଟସାହି ର ସାହି ସଭାପତି ଭାବେ ଦୀର୍ଘ କୋଡିଏ ବର୍ଷ ଧରି କାର୍ଯ୍ୟ ତୁଲାଇ ସାହି ବାସିନ୍ଦା ଙ୍କ ପ୍ରିୟପାତ୍ର ହୋଇଥିଲେ. ତାଙ୍କର ଦ୍ୱାଦଶାହ କାର୍ଯ୍ୟ ରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ. ଜିଲ୍ଲା ପରିଷଦ ସଭାପତି ଇ. ଦେବାଶିଷ ପଟ୍ଟନାୟକ. ରଣପୁର ଏନ. ଏ.ସି ଚେୟାରମ୍ୟାନ ରଙ୍ଗୀନ ମହାନ୍ତି. ସମାଜସେବୀ ସିଦ୍ଧାର୍ଥ ପଣ୍ଡା. ବରିଷ୍ଠ ଆଇନିଜୀବି ତଥା ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ବନମାଳୀ ମହାପାତ୍ର. ସମାଜ ସେବୀ ସ୍ଵର୍ଣ ପ୍ରକାଶ ରାଉତରାୟ ପ୍ରମୁଖ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ ସ୍ବର୍ଗତ ନାୟକ ଙ୍କ ତିନି ପୁତ୍ର ଯଥା ପ୍ରଦୀପ କୁମାର ନାୟକ. ଦେବେନ୍ଦ୍ର କୁମାର ନାୟକ ଓ ଲିଙ୍ଗରାଜ ନାୟକ ହୋଇଥିବା ବେଳେ ଏକ ମାତ୍ର ଝିଅ ପୁଷ୍ପା ରାଣୀ ନାୟକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ
Sign in
Sign in
Recover your password.
A password will be e-mailed to you.