ଅନାଥ ତଥା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସହ ରକ୍ଷା ବନ୍ଧନ ପାଳନ କଲା କୋସଲ ଯୁବ ଶକ୍ତି।

0

ବରଗଡ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  ଗୋପବନ୍ଧୁ ସେବା ସଦନ,ଜନକେଡାରେ ଥିବା ଅନାଥ ତଥା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ରକ୍ଷା ବନ୍ଧନ ପାଳନ କଲା କୋସଲ ଯୁବ ଶକ୍ତି। ପରିବାର ଠାରୁ ଦୂରରେ ରହୁଥିବା ତଥା ଅନାଥ ଏବଂ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ତଥା ସେମାନଙ୍କର ମଧ୍ୟ ପରିବାର ଥିବା ଭଳି ଅନୁଭବ କରେଇବାର ଚେଷ୍ଟାରେ ଆଜି କୋସଲ ଯୁବଶକ୍ତିର ସଦସ୍ୟ ମାନେ ଆଶ୍ରମକୁ ପହଞ୍ଚି ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ସହ ରକ୍ଷା ବନ୍ଧନ ପାଳନ କରିବା ସହ ବିସ୍କୁଟ,ଚକଲେଟ ଓ ବ୍ରେଡ ବଣ୍ଟନ କରିଥିଲେ।କୋସଲ ଯୁବଶକ୍ତି ତରଫରୁ ସାକେତ ଶ୍ରୀଭୁଷଣ ସାହୁ, କେଦାର ନାଥ ସାହୁ, ମନୋରଞ୍ଜନ ସାହୁ, ବୀରସିଂ ବାହୁକ,ଚିତ୍ତରଞ୍ଜନ ସାହୁ ଏବଂ ଚୌତନ୍ୟ ସାହୁ ଯୋଗଦେଇଥିଲେ।

Leave A Reply

Your email address will not be published.