ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦର ସମ୍ମିଳନୀ କକ୍ଷ ଠାରେ ପାରଳା ପୌର ପରିଷଦର ଦ୍ୱିତୀୟ ସାଧାରଣ ବୈଠକ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ବିଧାୟକଙ୍କ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ , ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ବୈଠକରେ ସହରର ପ୍ରତି ୱାର୍ଡର କାଉନସିଲର ଉପସ୍ଥିତ ରହି ନିଜ ୱାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ । ବୈଠକରେ କାଉନସିଲର ମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଲେ କାଉନସିଲରକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରିଥିଲେ। ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରତି ୱାର୍ଡର ଉନ୍ନତି ମୂଳକ କାର୍ଯ୍ୟ ହେଲେ କାଉନସିଲରଙ୍କୁ ଅବଗତ କରାଯିବା ସହ ପ୍ରକଳ୍ପ ପରିସମାପ୍ତି ପରେ ସେମାନଙ୍କର ଦସ୍ତଖତ ନିଆଯିବା ଆବଶ୍ୟକ ବୋଲି କହିଥିଲେ। ବିଭିନ୍ନ ପ୍ରକଳ୍ପ ପରିସମାପ୍ତି ପରେ ମଧ୍ୟ ବିଲ ହେଉ ନଥିବା ଅଭିଯୋଗ ହେଉଛି।
ରାସନ କାର୍ଡ କେଉଁ ୱାର୍ଡରେ କେତେ ହିତାଧିକାରୀ ରାସନ ପାଉଛନ୍ତି କେତେ ମାସର ରାସନ ପାଉଛନ୍ତି ତାହାର ବିବରଣୀ ଯୋଗଣ ନିରୀକ୍ଷକ ଅବଗତ କରାଯାଉ ନଥିବା କାଉନସିଲର ମାନେ ଅଭିଯୋଗ ଆଣିଥିଲେ। ଜାଗା ମିଶନ ଯୋଜନା ଅନ୍ତର୍ଗତ ବସ୍ତି ଉଚ୍ଛେଦକରଣ ତଥା ବସ୍ତି ବାସିନ୍ଦାଙ୍କ ପୁନଃ ସ୍ଥାପନା କରିବା ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି , ପରିଷଦ ପରିସୀମାରେ ଥିବା ସମସ୍ତ ମୋବାଇଲ ଟାୱାରର ବାର୍ଷିକ ଟିକସ ଆଦାୟ ନିମନ୍ତେ ଆଲୋଚନା ଓ ନିଷ୍ପତ୍ତି , ସଫେଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ କ୍ରୟ ଓ ମରାମତି ନିମନ୍ତେ ଆଲୋଚନା ଓ ନିଷ୍ପତ୍ତି , ପରିଷଦର ଏକ ସ୍ୱତନ୍ତ୍ର ପ୍ରତୀକ ଓ ମାସ୍କକୋଟ ନିମନ୍ତେ ଏକ କମିଟି ଗଠନ କରି ପ୍ରତିକର ସ୍ୱୀକୃତି ନିମନ୍ତେ ଆଲୋଚନା ଓ ନିଷ୍ପତ୍ତି , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି ହୋଇଥିଲା।
ଅନୁଷ୍ଠିତ ବୈଠକରେ ପୌର ପରିଷଦ ପୌର ଯନ୍ତ୍ରୀ ବରିଷ୍ଠ କିରାଣୀ ପୌର ପରିଷଦର ବିଭିନ୍ନ କର୍ମଚାରୀ , ଜନସ୍ଵାସ୍ଥ୍ୟ ଅଧିକାରୀ , ବିଦ୍ୟୁତ ବିଭାଗୀୟ ଏସଡିଓ ପ୍ରମୁଖଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.