ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ “ହରଘର ତ୍ରିରଙ୍ଗା”

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୫ ତମ ” ଆଜାଦୀ କା ଅମୃତ ମହୋତ୍ସବ” ଉପଲକ୍ଷେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ଗଜପତି ଦ୍ବାରା ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତକା ଉଡିବା ଉପଲକ୍ଷେ ବୁଧବାର ଦିନ ୟୁଥ୍ କ୍ଲବ୍ ଡେଭେଲପମେଣ୍ଟ କେମ୍ପେଇନିଙ୍ଗ୍ ସହ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଉଦଘାଟନ ମଧ୍ୟ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ବ୍ଲକରେ ନେହୁରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ଏବଂ ଯୁବକ ସଂଘର ସଦସ୍ୟ ମାନେ ଘର ଘର ବୁଲି ଅଗଷ୍ଟ ୧୩ ତାରିଖରୁ ଅଗଷ୍ଟ ୧୫ ତାରିଖ ଯାଏ ନିଜ ଘରେ ତ୍ରିରଙ୍ଗା ପତକା ଉଡାଇବା ନିମନ୍ତେ ସମସ୍ତଙ୍କୁ ସଚେତନା କରାଇବେ ବୋଲି ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ମନ୍ତବ୍ୟ ଦେଇଥିଲେ ଏବଂ କାର୍ଯ୍ୟକ୍ରମଟିର ଶୁଭାରମ୍ଭ ହୋଇଥିବା ସୂଚନା ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିଲା।

Leave A Reply

Your email address will not be published.