ବରିକେଳରେ ଭବିଷ୍ୟତ ପାଇଁ ଗଛଟିଏ କାର୍ଯ୍ୟକ୍ରମ।

0

ପଦ୍ମପୁର-ରାଜବୋଡାସମ୍ବର ବ୍ଳକ୍ ଅନ୍ତର୍ଗତ ବରିକେଳ ଗ୍ରାମ ପଞ୍ଚାୟତ ର ଲାଳାଜୀ ଗୋପାଳଜୀ ସସ୍କୃତ ବିଦ୍ୟାଳୟ ରେ ଭବିଷ୍ୟତ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ। ମୂଖ୍ୟ ଅତିଥି ଭାବରେ ବରିକେଳ ସରପଞ୍ଚ ଦିନେଶ କୁମାର ସେଠ, ମୂଖ୍ୟ ବକ୍ତା ଭାବରେ ପ୍ରକୃତି ବଂଧୁ ମୀନକେତନ ସାହୁ,ସମ୍ମାନିତ ଅତିଥି ଭାବେ ଘନ ସୁନ୍ଦର ସାହୁ ଯୋଗ ଦେଇ ଧରିତ୍ରୀ ମା ସୁରକ୍ଷା ପାଇଁ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଓ ସଂରକ୍ଷଣ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନିଲ କୁମାର ସାହୁ ସଭା ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶୁଶ୍ରୀ ସୁଜାତା ପଧାନ ଓ ଦୀପକ ରଣା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅଁଳା ଚାରା ବଣ୍ଟନ କରାଯାଇଥିଲା

Leave A Reply

Your email address will not be published.