ରଣପୁର:ରଣପୁର ବ୍ଲକ ଅନ୍ତ୍ରଗତ ଲୋଧାଚୁଆ ପଞ୍ଚାୟତ ର ସର୍ବ ପୁରାତନ ଅନୁଷ୍ଠାନ ଦହିଖାଇ ଯୁବକ ସଙ୍ଘ ଦ୍ୱାରା ଆୟୋଜିତ 12 ତମ ସରଜୁ ଉମା ମେଧାବି ଛାତ୍ର ଛାତ୍ରୀ ସଂମ୍ମାନ ବା ଏକ୍ସଲେନସି ଆୱାର୍ଡ 2022 ଅଗଷ୍ଟ ଦଶ ତାରିଖ ବୁଧବାର ମାଧ୍ୟାନ୍ନ 12 ଘଂଟିକା ରେ ଦହିଖାଇ ଯୁବକ ସଙ୍ଘ ପରିସରରେ ଅନୁଷ୍ଠିତ ହୋଇଯାଇଛି ! ଏହି ଛାତ୍ର ଛାତ୍ରୀ ସଂମ୍ମାନ ଉତ୍ସବ କୁ ଲୋଧାଚୁଆ ପଞ୍ଚାୟତ ଅନ୍ତ୍ରଗତ ମାନପୁର ଗ୍ରାମ ରେ ଜନ୍ମିତ ଏବଂ ସୁଦୁର ଆମେରିକା ରେ କାର୍ଯ୍ୟରତ ପ୍ରଫେସର ଡ଼ଃ ସରଜୁ ପ୍ରସାଦ ମହାନ୍ତି ଓ ତାଙ୍କର ଧର୍ମ ପତ୍ନୀ ପ୍ରଫେସର ଡ଼ଃ ଉମା ଚୋପାଲି ଦୀର୍ଘ ବାର ବର୍ଷ ଧରି ଦହିଖାଇ ଯୁବକ ସଙ୍ଘ ଦ୍ୱାରା ଆୟୋଜନ କରି ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସଂମ୍ମାନିତ କରିଆସୁଛନ୍ତି !ତେଵେ ଚଳିତ ବର୍ଷ ଏହି ଏକ୍ସଲେନସି ଆୱାର୍ଡ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇ ଦେବାଶିଷ ପଟ୍ଟନାୟକ. ନର୍ଥ ଟେକସାସ ବିଶ୍ୱବିଦ୍ୟାଳୟ ଆମେରିକା ପ୍ରଫେସର ଡ଼. ସରଜୁ ପ୍ରସାଦ ମହାନ୍ତି ଡ଼ଃ ଉମା ଚୋପାଲି. ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ର ଅଵସର ପ୍ରାପ୍ତ ସଚିବ ଶ୍ରୀଯୁକ୍ତ ଗୌରାଙ୍ଗ ନାୟକ ଏବଂ ଲୋଧାଚୁଆ ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ରଣପୁର ବ୍ଲକ ରେ 95 ପ୍ରତିଶତ ରୁ ଉର୍ଦ୍ଧ ମାର୍କ ରଖିଥିବା ଛାତ୍ର ଛାତ୍ରୀ ଓ ତାଙ୍କ ଅଭିଭାବକ ଙ୍କୁ ମାନପତ୍ର ଉପଢ଼ୋକନ ଓ ଆର୍ଥିକ ରାଶି ଦେଇ ସଂମ୍ମାନିତ କରାଯାଇଥିଲା ତେଵେ 95 ପ୍ରତିଶତ ରଖୀ ସଂମ୍ମାନିତ କରାଯାଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ରାଜ ସୁନାଖଳା ହାଇସ୍କୁଲ ର କାସିସ ବଳିୟାରସିଂହ, ଲିପସିତା ସାହୁ ଶୁଭଦର୍ଶିନୀ ବେହେରା ଶିବାନୀ ପ୍ରୟଦର୍ଶିନୀ ଆରୋସ୍ମିତା ସାହୁ ସେହିଭଳି ବି.ସି ହାଇସ୍କୁଲ ର ଆକଂକ୍ଷା ପତି ପିମ୍ପଲ ଲଡ଼ୁକେଶର ହାଇସ୍କୁଲ ର ଅଂଶୁମାନ ପ୍ରସାଦ ବ୍ରଜରାଜପୁର ସୁଶ୍ରୀ ଶାଳିନୀ ମହାପାତ୍ର କନ୍ଧ ନୟାଗଡ ହାଇସ୍କୁଲ ର ବିମଳ ପ୍ରସାଦ ସାହୁ ଏବଂ ସେହି ଭଳି ପ୍ରବନ୍ଧ ପ୍ରତିଯୋଗିତ ରେ ପ୍ରଥମ ହୋଇଥିବା ବି. ସି ହାଇସ୍କୁଲ ର ଅଞ୍ଜିଲିନା ପଟ୍ଟନାୟକ ଭାଗ୍ୟଶ୍ରୀ ମହାପାତ୍ର ଦ୍ୱିତୀୟ ଓ ତୃତୀୟ ଭାବେ ନିବେଦିତା ସେଠି ଙ୍କୁ ସଂମ୍ମାନିତ କରାଯାଇଥିଲା ଏବଂ ତର୍କ ପ୍ରତିଯୋଗିତା ରେ ବି. ସି ହାଇସ୍କୁଲ ର ଇତିଶ୍ରୀ ମହାପାତ୍ର ପ୍ରଥମ ମନୀଷା ପତି ଦ୍ୱିତୀୟ ଓ ବ୍ରଜରାଜପୁର ହାଇସ୍କୁଲ ର ଆଶିଷ ପ୍ରଧାନ ଙ୍କୁ ତୃତୀୟ ଭାବେ ପୁରସ୍କୃତ କରାଯାଇଥିଲା ଚିତ୍ରାଙ୍କନ ରେ ପ୍ରଥମ ଭାବେ ରାଜଲକ୍ଷ୍ମୀ ବଳିୟାରସିଂହ ଦ୍ୱିତୀୟ ସାହିଲ ଓ ତୃତୀୟ ନନ୍ଦିନ ବେହେରା ଙ୍କୁ ସଂମ୍ମାନିତ କରାଯାଇଥିଲା ତେଵେ ଆଗକୁ ଏହି କାର୍ଯ୍ୟକର୍ମ ବ୍ଲକ ସ୍ତରରୁ ଆଗକୁ ଯାଇ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଆୟୋଜନ କରିବା ପାଈଁ ସରଜୁ ଉମା ଏକ୍ସଲେନସି ର ଆୱାର୍ଡ ର ମୁଖ୍ୟ ପ୍ରଫେସର ସରଜୁ ପ୍ରସାଦ ମହାନ୍ତି ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି ଏହି ସମସ୍ତ କାର୍ଯ୍ୟକର୍ମ କୁ ଆଡ଼ଭୋକେଟ କୃପାସିନ୍ଧୁ ବେହେରା ପରିଚାଳନ କରିଥିବା ବେଳେ ଦହିଖାଇ ଯୁବକ ସଙ୍ଘ ର ସଭାପତି ବୀରେନ୍ଦ୍ର ବେହେରା ଓ ସମ୍ପାଦକ ହୃଷିକେଶ ନାୟକ ଅତଥି ପରିଚୟ ଦେବା ସହିତ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post