ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଗଷ୍ଟ ୧୭ ତାରିଖଠାରୁ ଆରମ୍ଭ ହୋଇ ଅଗଷ୍ଟ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବ l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି l ଏହି କ୍ରମରେ ଅଗଷ୍ଟ ୧୭ ତାରିଖରେ ଜଗତସିଂହପୁର ବ୍ଲକ ଓ ମ୍ୟୁନିସିପାଲିଟି ନିମନ୍ତେ ଶ୍ରୀକୃଷ୍ଣ ଏକାଡେମୀ, ଅଗଷ୍ଟ ୧୯ ତାରିଖରେ ତିର୍ତ୍ତୋଲ ବ୍ଲକ ନିମନ୍ତେ ଆଦିକବି ଶାରଳା ଦାସ ମହାବିଦ୍ୟାଳୟ, ଅଗଷ୍ଟ ୨୨ ତାରିଖରେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ମ୍ୟୁନିସିପାଲିଟି ନିମନ୍ତେ ବନବିହାରୀ ହାଇସ୍କୁଲ, କୁଜଙ୍ଗ ଅଗଷ୍ଟ ୨୩ ତାରିଖରେ ନାଉଙ୍ଗା ବ୍ଲକ ନିମନ୍ତେ ପୂର୍ଣଚନ୍ଦ୍ର ବିଦ୍ୟାମନ୍ଦିର, ରଘୁନାଥପୁର, ଅଗଷ୍ଟ ୨୫ ତାରିଖରେ ବାଲିକୁଦା ବ୍ଲକ ନିମନ୍ତେ ବ୍ଲକ କାର୍ଯ୍ୟାଳୟ ପରିସର, ଅଗଷ୍ଟ ୨୬ ତାରିଖରେ ବିରିଡି ବ୍ଲକ ନିମନ୍ତେ ପଞ୍ଚାୟତରାଜ ହାଇସ୍କୁଲ, ବିରିଡି ଏବଂ ଅଗଷ୍ଟ ୨୯ ତାରିଖରେ ଏରସମା ବ୍ଲକ ନିମନ୍ତେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ l ଏହି ଶିବିରରେ ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ଚି଼ହ୍ନଟି କରି ପ୍ରମାଣ ପତ୍ର ପ୍ରଦାନ କରିବେ l ଜଗତସିଂହପୁର ଜିଲ୍ଲାର ଭିନ୍ନକ୍ଷମ ବ୍ୟକ୍ତିବିଶେଷ ବହୁ ସଂଖ୍ୟାରେ ଉପସ୍ଥିତ ରହି ଶିବିରରେ ସୁଯୋଗ ନେବାକୁ ଜିଲ୍ଲା ସାମ୍ବାଦିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post