ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକ ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ସମସ୍ତ ଶିଶୁ ଯେପରି ଉପଯୁକ୍ତ ପରିବାର ପାଇବେ ଯାହାଦ୍ୱାରା ସେମାନଙ୍କର ଶାରୀରିକ , ମାନସିକ , ସାମାଜିକ ଏବଂ ବୌଧିକ ବିକାଶ ହୋଇପାରିବ।
ଏହି କାର୍ଯ୍ୟକ୍ରମରେ ମାତୃପିତୃ ହୀନ , ପରିତ୍ୟକ୍ତ ଏବଂ ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହୁଥିବା ଶିଶୁମାନେ ଉପକୃତ ହୋଇପାରିବେ।
ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ଯଥା ପ୍ରତିପାଳନ ଯତ୍ନ , ପରବର୍ତ୍ତୀ ଯତ୍ନ , ପୋଷ୍ୟ ସନ୍ତାନ ଓ ପୃଷ୍ଠପୋଷକ ସହାୟତା ରାଶି ମାଧ୍ୟମରେ ପିଲାମାନଙ୍କୁ ଥଇଥାନ କରିବା ବ୍ୟବସ୍ଥା ରହିଛି।
ଆହୁରି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିବା ଶିଶୁ ଏବଂ ତାହାର ପରିବାରକୁ ସୁଦୃଢ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହିସହିତ ପାରିବାରିକ ଯତ୍ନକୁ ପ୍ରୋତ୍ସାହିତ କରିବା ସହ ଉପରୋକ୍ତ ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ କରାଇବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ଅଟେ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ମାତୃପିତୃ ହୀନ ପିଲାମାନଙ୍କର ସମ୍ପର୍କୀୟ ପରିବାର କିପରି ସୁଦୃଢ ହେବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।
ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ହୋଇ ସେମାନଙ୍କର ଯୋଜନା ଜରିଆରେ କିପରି ମାତୃପିତୃ ହୀନ ଶିଶୁ ରହୁଥିବା ସମ୍ପର୍କୀୟଙ୍କ ପରିବାର ସୁଦୃଢ ହେବେ ସେଥିନେଇ ମତବ୍ୟକ୍ତ କରିଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶ୍ରୀ ପ୍ରଦୀପ କୁମାର ନାୟକ , କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମିନତୀ ଦେଇ , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ପବିତ୍ର କୁମାର ଦାସ , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ , ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଅରୁଣା ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦିକା ଶ୍ରୀମତୀ ସୌଦାମିନୀ ରଥ ଓ ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post