ଜେକେ କାଗଜ କଳ ତାର ପାରିପାର୍ଶ୍ବିକ ଆଞ୍ଚଳରେ ସଫେଇ ଅଭିଯାନର ଆରମ୍ଭ କରିଛନ୍ତି

0

ରାୟଗଡ ରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକରେ ଝାଡ଼ାବାନ୍ତିରେ ଆନେକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ଘଟିଛି । ଏହାସହ ବର୍ତ୍ତମାନ ବର୍ଷାଋତୁ ଚାଲିଥିବା ବେଳେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ବ୍ୟାପୁଛି ଏହିସବୁକୁ ଦୃଷ୍ଟିରେ ରଖି ଓ ଏହିଭଳି ରୋଗକୁ ଏଡ଼ାଇବା ନିମନ୍ତେ ଜେକେ କାଗଜ କଳ ତାର ପାରିପାର୍ଶ୍ବିକ ଅଞ୍ଚଳରେ କମ୍ପାନୀର ଟାଉନସିପ ବିଭାଗର ଶିବ ପ୍ରସାଦ ରଥଙ୍କ ନେତୃତ୍ୱରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ବିଭାଗ ଜେକେପୁର କଲୋନୀ, ବିସି ରୋଡ଼, ଭେଂକେଟେଶ୍ୱର ମନ୍ଦିର, ଦୁର୍ଗା ମନ୍ଦିର, ଦୈନିକ ବଜାର, ମାଛ ଓ ମାଂସ ବଜାର ପ୍ରଭୃତି ଅଞ୍ଚଳରେ ସଫେଇ କରିବା ସହ ବ୍ଲିଚିଙ୍ଗ ପାଉଡର ପକାଯାଉଛି । ଏହାସହ ଜେକେ କାଗଜ କଳ ନିକଟରେ ଥିବା ଗ୍ରାମ ମାନଙ୍କରେ ମଧ୍ୟ ସଚେତନତା ସୃଷ୍ଟି କରି ଉକ୍ତ ଗ୍ରାମ ଗୁଡିକରେ ସଫେଇ କରିବା ସହ ବ୍ଲିଚିଙ୍ଗ ପାଉଡର ପକାଯାଉଛି ଏହି କାର୍ଯ୍ୟର ତଦାରଖ କରିବା ପାଇଁ ଗ୍ରାମର ଯୁବକ ଗୋଷ୍ଠୀଙ୍କୁ ଦାଇତ୍ୱ ଦିଆଯାଇଛି ।

Leave A Reply

Your email address will not be published.