ପୂର୍ବତନ ସେନାନୀ ସଂଘର ବୈଠକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ରାଜୁଗୁରୁ ସାହି ସ୍ଥିତ ଗୋପୀନାଥ ପାଠାଗାର ପରିସରରେ ପୂର୍ବତନ ସେନାନୀ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।
କ୍ୟାପଟେନ ମଲିକାର୍ଜୁନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ସୈନିକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଜିଲ୍ଲାର ସଙ୍ଘୀୟ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା। ସଂଘର କାର୍ଯ୍ୟଳୟ ପାଇଁ ସ୍ଥାୟୀ ଜମି ନିମନ୍ତେ ପ୍ରଶାସନ ଠାରେ ଅନୁରୋଧ କରିବା ପରେ ମଧ୍ୟ ଦୀର୍ଘ ଦିନ ହେଲା ତାହା ହୋଇପାରିନଥିବା ଯୋଗୁଁ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଅବସର ସେନାନୀ ମାନଙ୍କ ସ୍ବାସ୍ଥ୍ୟ କାର୍ଡ ଓ କେଣ୍ଟିନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଭାଶେଷରେ ସର୍ଜେଣ୍ଟ ଭବାନୀ ଶଙ୍କର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.