କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ//ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଓ ବୁଡ଼ାଗୁଡା ଅଞ୍ଚଳରେ ହୋଇଥିବା ଡାଇରିଆ ଗାଁକୁ ଏଡିଏମ ଡାକ୍ତର ବି ଏଲ ଏମ୍ ରାଜୁ ଗସ୍ତ କରିଥିଲେ ।ଏଡିଏମ ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ,କୁମ୍ଭାର ଗୁରୁତୁଲୀ ଓ ସିକରପାଇ ର କୃଷ୍ଣ ନଗର ଗାଁରେ ପହଞ୍ଚି ସ୍ଥିତି ପରଖିବା ପରେ ଲୋକଙ୍କୁ ସଚେତନତା କରିଥିଲେ ।ସମସ୍ତ ନଳକୂପ ଓ ନାଳ ଗୁଡିକରେ ବିଚିଙ୍ଗ ପକାଇବାକୁ କହିଥିଲେ।ସଜାଗ ରହିବା ସହ କୌଣସି ପରିସ୍ଥିତି ଉପୁଜିଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ପରାମର୍ଶ ଦେଇଥିଲେ ।ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ଡାଇରିଆ ରୋଗୀଙ୍କୁ ସାକ୍ଷାତ କରିଥିଲେ ।ଏଥିରେ ଆଶା, ଅଙ୍ଗନବାଡି କର୍ମୀ, ନର୍ସ ଓ ଡାକ୍ତରଙ୍କୁ ଗ୍ରାମରେ ସଚେତନତା କରିବା ପାଇଁ କହିଥିଲେ ।ଏହି ସମୟରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ, ବିପିଏମ କୈଳାସ ନାୟକ, ଡାକ୍ତର ସତ୍ୟଜିତ ବେହେରା ,ସମିତି ଅଧକ୍ଷା ଡମ୍ବୁରୁ କଞ୍ଜ।କା,ବୁଡ଼ାଗୁଡା ସରପଞ୍ଚ ଶ୍ରୀରାମ କାଡ୍ରାକା ପ୍ରମୁଖ ଉପସ୍ଥିତ ରହିଥିଲେ । ଗୁରୁତୁଲୀ ଗାଁର ଦଳିତ ସାହିର ଗଦା ହିଆଲ(୫୫) ଆଜି ଡାଇରିଆ ରେ ଆକ୍ରାନ୍ତ ହୋଇ ଗୁରୁତର ହେବା ଯୋଗୁଁଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଜଣାପଡିଛି ।ଏହାକୁ ମିଶାଇ ୨୧ଜଣ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏବିଷୟରେ ଏଡିଏମ ଙ୍କୁ ପଚାରିବାରୁ ସେ କହିଲେ ଡାକ୍ତର ମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ଗ୍ରୁରୁତୁଳୀରେ ଦୁଇଦିନ ପାଇଁ ଅସ୍ଥାୟୀ କ୍ୟାମ୍ପ କରି ଲୋକଙ୍କୁ ସଚେତନତା କରାଯିବ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.