ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରସ୍ତ କରି ଜିଗ୍ନିପୁର ପଞ୍ଚାୟତର ୩ଟି ପରିବାର ଓ କଟରପଡା ପଞ୍ଚାୟତ ର ପଞ୍ଚାୟତ ସଭାପତି ଙ୍କ ପିତାଙ୍କ ଦ୍ବାଦଶ କର୍ମରେ ଯୋଗଦାନ କରିଥିଲେ । ପ୍ରକାଶ ଥାଉକି ଜିଗ୍ନିପୁର ପଞ୍ଚାୟତ ମହାଜନପୁର ର ସନାତନ ମଲ୍ଲିକ ତାଙ୍କ କମ ବର୍ଷର ପୁଅକୁ ହରାଇ ଭାଙ୍ଗିପଡିଥିବା ବେଳେ, ସେହି ଗାଁ ର ବିଷ୍ଣୁ ଚରଣ ରାଉତ ତାଙ୍କର ୨୭ ବର୍ଷର ପୁଅକୁ ଅକାଳରେ ହରାଇ ଶୋକରେ ସମୟ କାଟୁଥିବା ବେଳେ ପ୍ରତାପ ଜେନା ଉଭୟ ପରିବାର କୁ ସମବେଦନା ଜଣାଇଥିଲେ । ସେହିପରି ଉକ୍ତ ଗାଁ ର ଜିଗ୍ନିପୁର ପଞ୍ଚାୟତ ମହିଳା ମହାସଂଘର ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ରାଉତ ଙ୍କ ଘରେ ପହଞ୍ଚି ତାଙ୍କ ଶାଶୁଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଥିଲେ । ମାନ୍ୟବର ବିଧାୟକଙ୍କ ସହିତ, ଜିଗ୍ନିପୁର ପଞ୍ଚାୟତ ସମିତି ସଭ୍ୟ ଅଶୋକ ଓଝା, ସରପଞ୍ଚଙ୍କ ପ୍ରତିନିଧି ଜ୍ଞାନରଞ୍ଜନ ରାଉତ, ମୁରବି ଧୀରେନ୍ଦ୍ର ନାଥ ବେହେରା, ସରପଡା ସମିତି ସଭ୍ୟଙ୍କ ପ୍ରତିନିଧି ପ୍ରମୋଦ ସ୍ୱାଇଁ,କଟକ ଜିଲ୍ଲା ମାଇନରୀଟି ସେଲ ଉପସଭାପତି ଜାକିର ଖାନ,ବରିଷ୍ଠ ବ୍ୟକ୍ତିତ୍ୱ ରମାକାନ୍ତ ମହାନ୍ତି, ଜିଗ୍ନିପୁର ପଞ୍ଚାୟତ ମାଇନାରୀଟି ସେଲ ସଭାପତି ଅବଦୁଲ ଅରମାନ ଖାଁ, ମେଡିଆ ସଂଯୋଜକ ଅମିନ ଖାନ, ଯୁବ ବିଯୁଜନତା ଦଳ ସଭାପତି ସୁଶାନ୍ତ ନାୟକ, ଅନ୍ୟତମ ମେଡିଆ ସଂଯୋଜକ ଯୁବ ପ୍ରତିଭା ତାରଣ ତଥାଗତ ଓ ଜିଗ୍ନିପୁର ମହିଳା ବିଯୁଜନତା ଦଳ ର କର୍ମୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.