ସାମ୍ପ୍ରତିକ ସମୟରେ ଯନ୍ତ୍ର ମାନବ ଠାରୁ ଭାବପ୍ରବଣତା ଆଶା କରାଯାଏନା; ଡ. ଅରୁଣ

0

ଓଡ଼ଗାଁ ଶ୍ରୀ ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ଅଧିବେଶନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) :   ଓଡ଼ଗାଁ ଶ୍ରୀ ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଓଡ଼ଗାଁ ବ୍ଳକ ସଭାଗ୍ରୁହ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବସନ୍ତ କୁମାର ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ଅଧିବେଶନରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମୟ ଆଧାରରେ ସୃଷ୍ଟି ଯନ୍ତ୍ର ମାନବ ମାନଙ୍କ ଠାରୁ  ଭାବପ୍ରବଣତା ଆଶା କରାଯାଇ ପାରେନାହିଁ । ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ । ଉତେଜକ ଅଥବା ଭୟାନକ ଖବର ଠାରୁ ନିଜକୁ ଦୁରେଇ ରଖନ୍ତୁ । ଏହା ଦ୍ୱାରା ହୃଦୟକୁ ଆଘାତ ପହଞ୍ଚି ନଥାଏ । ଫଳରେ ଆପଣମାନଙ୍କର ସୁଖଦ ଜୀବନ ଜୀଇଁବା ସହଜ ହୋଇପାରିବ ବୋଲି ଉପସ୍ଥିତ ୨ଶହରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ସମ୍ବୋଧନ କରିବା ବେଳେ ବିଧାୟକ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ଯା  ବିରଜାଲକ୍ଷ୍ମୀ ସାହୁ, ଅଧ୍ଯକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଏନ୍ଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ପୂର୍ବତନ ସରପଂଚ ଦିବାକର ନାୟକ, ଏବଂ ନୟାଗଡ଼ ନାଗରିକ ମଞ୍ଚର ସଭାପତି ଅମୂଲ୍ଯ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ବହୁ ମୂଲ୍ୟବାନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଅନୁଷ୍ଠାନ ର ସମ୍ପାଦକ ବନମାଳୀ ଦାଶ ପ୍ରାରମ୍ଭରେ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ସୁବାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ନୂତନ ପରିଚାଳନା କମିଟି ଗଠନ ପାଇଁ ଆଲୋଚନା କରାଯିବା ସହିତ ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସଭାପତି ପଦବୀରେ ବସନ୍ତ କୁମାର ମିଶ୍ର, ଉପସଭାପତି ସୁବାସ ଚନ୍ଦ୍ର ସାହୁ, ସଂପାଦକ ବନମାଳୀ ଦାଶ, ସହ ସଂପାଦକ ପ୍ରଫୁଲ୍ଲ କୁମାର ମହାପାତ୍ର, କୋଷାଧ୍ୟକ୍ଷ ନ୍ରୁସିଂହ ଚରଣ ସାହୁ ଏବଂ କାର୍ଯ୍ଯକାରୀ ସଦସ୍ଯ ଭାବେ ସୁବାସ ଚନ୍ଦ୍ର ପାତ୍ର ପୂର୍ଣ୍ଣଚନ୍ଦ୍ର ସାହୁ, ହରିହର ପରିଡ଼ା, ବନମାଳୀ ପରିଡ଼ା ପୁନଃ ଦାଇତ୍ୱ ଗ୍ରହଣ କରିଥିଲେ ।

Leave A Reply

Your email address will not be published.