ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବଡରାଧାକାନ୍ତ ମଠ ପରିସରରେ ସନ୍ଥ ଶ୍ରୀରାମନନ୍ଦ ଦାସ ମହାରାଜଙ୍କ ଆହ୍ୱାନ କ୍ରମେ ଗୀତାର ପ୍ରଚାର ପ୍ରସାର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ଉପଦେଷ୍ଟା ରୂପେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଅନାଦି ପାଣିଗ୍ରାହୀଙ୍କୁ ଗ୍ରହଣ କରି ଆଲୋଚନା ପରେ ପଣ୍ଡିତ କୁମୁନ୍ଦ ରଞ୍ଜନ ଦାଶଙ୍କୁ ଗୁରୁ ଦୟାତ୍ୱ ପ୍ରଦାନ କରାଯାଇ ଗଜପତି ଜିଲ୍ଲାର ସମସ୍ତ ସଂସ୍କୃତ ଶିକ୍ଷକ ଏବଂ ଗୀତାପ୍ରେମୀ ମାନଙ୍କୁ ନେଇ କମିଟି ଗଠନ ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ।
ଏଥିରେ ବାଳ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଏବଂ ଗୁରୁଚରଣ ଶବରଙ୍କୁ ସହଯୋଗ କରିବା ପାଇଁ ସେଠାରେ ସହମତି ପ୍ରକାଶ ପାଇଥିଲା। ଆଲୋଚନା ଅନୁସାରେ ଆଜି ଆଭାସୀ(WhatsApp)ରେ ଗୀତାଜ୍ଞାନ ପ୍ରଚାର ସମିତି ଗଠିତ ହୋଇଛି। ଏଥିରେ ସମସ୍ତ ବ୍ଲକର ଗୀତାପ୍ରେମୀ ମାନଙ୍କୁ ସ୍ୱତଃ ଜଡିତ ହେବା ପାଇଁ ନିବେଦନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.