ଓଡ଼ଗାଁ ବ୍ଳକ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0

ଓଡ଼ଗାଁ ( ଶ୍ରୀକାନ୍ତ କୁମାର ମିଶ୍ର) :  ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରବିବାର ଦିନ  ବିଜେଡିର ୨୫ ବର୍ଷ ପୁର୍ତ୍ତ ଅବସରରେ ଆରଡ଼ା ପଞ୍ଚାୟତ ପେଟାପଲ୍ଲୀ ଖେଳପଡିଆ, ନନ୍ଦିଘୋର ବେଢ଼ା ପୋଖରୀ, ଓଡ଼ଗାଁ ଏନ୍.ଏସି ସ୍ମାର୍ଟ ସ୍ମଶାନ ଠାରେ ବୃକ୍ଷରୋପଣ କରାଯାଇଛି । ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ସମାଜ ସଂସ୍କାର ମୁଳକ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦିଆଯାଉଥିବା ସମସ୍ତ ଆହ୍ବାନକୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡିଶା, ସମୃଦ୍ଧ ଓଡିଶା ସହିତ ନୂତନ ଭାବେ ସବୁଜିମା ଓଡିଶା ନିର୍ମାଣ ଦିଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ପ୍ରତିଶ୍ରୁତିବଦ୍ଧ ହୋଇ ଓ କାର୍ଯ୍ୟ କରିବାକୁ କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ପୂର୍ବତନ ବନଖଣ୍ଡ ଅଧିକାରୀ ସୁରେଶ ଚନ୍ଦ୍ର ହୋତା, ଏନ୍.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ବିଜୁ ଛାତ୍ର ଜନତା ଦଳ ସଭାପତି ବରୁଣ କୁମାର ସାହୁ, ଏନ୍.ଏସି ଛାତ୍ର ଜନତା ଦଳ ସଭାପତି ଅମ୍ରିତ ପ୍ରିୟଦର୍ଶନ ପଣ୍ଡାଙ୍କ ସହିତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.