ବାସୁଦେବପୁର/ ପ୍ରତାପ ପାଢ଼ୀ – ବାସୁଦେବପୁର ରେ ଅଘୋଷିତ ବିଦ୍ୟୁତ୍ ବାରମ୍ବାର କଟା ଯିବାର ବସମାଧାନ ପାଇଁ ଆଜି ବାସୁଦେବପୁର ବିଦ୍ୟୁତ୍ ବିଭାଗ ର ଅଧିକାରୀଙ୍କୁ ବିଜେପି ବାସୁଦେବପୁର ର ୧୮ ନୋ ଜୋନ ତରଫରୁ ଦାବିପତ୍ର ଦାବି ପତ୍ର ଦିଆ ଯାଇଛି।
ଦାବିପତ୍ର ରେ ଉଲ୍ଲେଖ କରାଯାଇଛି-ବାରମ୍ବାର ବିଦୁତ କାଟ କାରଣରୁ ଛୋଟପିଲା, ଗର୍ଭବତୀ ମହିଳା, ବୟସ୍କ ଲୋକ, ରୋଗୀ ଏବଂ ସ୍କୁଲ ଓ କଲେଜରେ ପଢ଼ୁଥିବା ପିଲାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ,ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଇ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ,ସେଥିପାଇଁ ଲୋକମାନେ ଆକ୍ରୋଶ ମନୋଭାବ ରଖିଲେଣି,,ଏହାର ସମାଧାନ ଗୋଟେ ସପ୍ତାହ ଭିତରେ ନହୁଏ ଏହା ଏକ ଜନ ଆନ୍ଦୋଳନର ରୂପ ନେବ ଏବଂ ଆପଣଙ୍କ ଅଧିକାରୀ ମାନଙ୍କ ପ୍ରବେଶ କୁ ନିଷେଧ କରାଯିବ ବୋଲି ଉଲ୍ଲେଖ କରାଯାଇଛି। ବିଜେପି ଯୁବ ନେତା ମାନସ ସାହୁ ଙ୍କ ନେତୃତ୍ବରେ ଅନେକ କର୍ମୀ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.