ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଦଳର କେନ୍ଦ୍ରୀୟ ସହପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମର ଓ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ଆଜି ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବିଧାୟକ ଦଳ ବୈଠକରେ ସମ୍ବଲପୁରର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ କରାଯାଇଥିଲା । ବିଧାୟକ ଦଳ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର କେନ୍ଦ୍ରୀୟ ସହପ୍ରଭାରୀ ମାନନୀୟ ଶ୍ରୀ ବିଜୟପାଲ ସିଂ ତୋମର ବିଜେପି ବିଧାୟକ ଦଳର ନେତା ଜୟନାରାୟଣ ମିଶ୍ର ନିର୍ବାଚିତ ହେଲେ ବୋଲି ଘୋଷଣା କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତୋମରଙ୍କ ସହ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ନବ ନିର୍ବାଚିତ ବିଧାୟକ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ର ଓ ବିଧାୟକ ଶ୍ରୀ ମୋହନ ଚରଣ ମାଝି ଉପସ୍ଥିତ ଥିଲେ ।
ପ୍ରକାଶଥାଉ କି, ବିଧାୟକ ଦଳର ନେତା ତଥା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ବିଧାୟକ ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା କାରଣରୁ ତାଙ୍କ ପକ୍ଷେ ଏହି ଗୁରୁଦାୟିତ୍ୱ ନିର୍ବାହ ଆଉ ସମ୍ଭବ ହେଉନଥିବାରୁ ଶ୍ରୀ ନାୟକ ତାଙ୍କର ଦାୟିତ୍ୱରୁ ଇସ୍ପଫା ଦେଇଥିଲେ । ତେଣୁ ବିଧାୟକମାନଙ୍କ ମଧ୍ୟରୁ ଅନ୍ୟ ଜଣଙ୍କୁ ଏହି ଦାୟିତ୍ୱ ଅର୍ପଣ କରିବା ସମ୍ପର୍କରେ ଆଜିର ବିଧାୟକ ଦଳ ବୈଠକରେ ବିଶେଷ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ଶେଷରେ ବିଧାୟକ ଦଳର ନୂତନ ନେତା ଭାବରେ ଶ୍ରୀ ଜୟନାରାୟଣ ମିଶ୍ରଙ୍କ ନାମକୁ ସର୍ବସମ୍ମତି କ୍ରମେ ସମସ୍ତ ବିଧାୟକ ଚୟନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post