ସ୍ବର୍ଗତ ପିତାମ୍ବର ପାତ୍ର ଙ୍କ ସୃତିଚାରଣ ସଭା ଅନୁଷ୍ଠିତ

0

ଭଦ୍ରକ,ସୀତାକାନ୍ତ ପାଢ଼ୀ-:ସ୍ବର୍ଗତ ପିତାମ୍ବର ପାତ୍ର ଙ୍କ ସୃତି ଚାରଣ ସଭା ଜଗନ୍ନାଥ ବିଦ୍ୟାମନ୍ଦିର କାଙ୍କରା ସ୍କୁଲ୍ ଠାରେ ଅକ୍ଷୟ ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ପାତ୍ର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାଙ୍କରା ଗ୍ରାମରେ ୧୯୫୦ ମାସିଆରେ ଜନ୍ମଗ୍ରହଣ କରି ,୧୯୯୨ ମସିହାରେ ସରପଞ୍ଚ ରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ସମିତି ସଭ୍ୟ ହୋଇ ଓ ପରେ ଧାମନଗର ପଞ୍ଚାୟତ ସମିତି ର ଉପାଧକ୍ଷ ହୋଇ ଅଞ୍ଚଳରେ ବହୁତ୍ ବିକାଶ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେହି ଗ୍ରାମରେ ଜନ୍ମ ଠୁ ମୃତ୍ୟ ପର୍ୟ୍ୟନ୍ତ ବହୁତ୍ କିଛି ଉନ୍ନତି କରିବା ସହ ଲୋକଙ୍କ ସେବା ରେ ନିୟୋଜିତ ହେବାକୁ ଭଲ ପାଉଥିଲେ। ସ୍ୱର୍ଗତ ପାତ୍ର ଜଗନ୍ନାଥ ବିଦ୍ୟାମନ୍ଦିର କାଙ୍କରା ସ୍କୁଲ୍ ଟିକୁ ମଧ୍ୟ୍ୟ ନିଜ ହାତରେ ତିଆରି କରିଥିଲେ। ଆଜି ନିଜେ ତିଆରି କରିଥିବା ସେହି ସ୍କୁଲ୍ ପରିସରରେ ତାଙ୍କର ସୃତିଚାରଣ ସଭା ଆୟୋଜନ କରଯାଇଥିଲା। ଏହି ସଭାରେ ତାଙ୍କର ପରିଚିତ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ପିତାମ୍ବର ପାତ୍ର କରିଯାଇଥିବା କାର୍ଯ୍ୟକୁ ଆଲୋଚନା କରିବା ସହ ତାଙ୍କର ଅମର ଆତ୍ମାର ସଦଗଦି ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Leave A Reply

Your email address will not be published.