ବରଗଡ : ଜର୍ଜ ଉଚ୍ଚବିଦ୍ୟାଳୟ, ବରଗଡ ଠାରେ ଉଚ୍ଚାକାଂକ୍ଷୀ ଛାତ୍ର ଛାତ୍ରୀ ଙ୍କର ଏକ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଅଛି। ଉକ୍ତ ଶିବିରରେ ବ୍ଲକ ରେ 10 ଟି ସ୍କୁଲ ର 10 ଜଣ ପ୍ରଧାନ ଶିକ୍ଷକ, 40 ଜଣ ମେଣ୍ଟର ଓ 40 ଜଣ କେପଟେନ ସର୍ବମୋଟ 90 ଜଣ ପ୍ରଶିକ୍ଷଣ ନେଇଥିଲେ। ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବେନାର୍ଜୀ ଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନ ରେ ‘ବରଗଡ ଇନୋଭେଶନ” ନାରେ ପିଲା ମାନଙ୍କୁ ଉଚ୍ଚାକାଂକ୍ଷୀ କରିବା ପାଇଁ ଏକ ପ୍ରକଳ୍ପ ର ପରିକଳ୍ପନା କରାଯାଇଥିଲା। ଏହି ଉଦ୍ଦେଶ୍ୟ କୁ ସଫଳ କରିବା ପାଇଁ ଆଜି ର ଏହି ପ୍ରଶିକ୍ଷଣ ଶିବିର ରେ ଶ୍ରୀ ଯୁକ୍ତ ଜ୍ୟୋତିକାନ୍ତ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ଼, ଶ୍ରୀମତୀ ସେବାଶ୍ରୀ ଭୋଇ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ, ସାଧନ କର୍ମୀ ଭାବରେ ଶିକ୍ଷକ, ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଭାବରେ ଏହି ପ୍ରକଳ୍ପ କୁ ସଫଳ କରିବେ ଦିଗଦର୍ଶନ ଦେଇଥିଲେ। ଶ୍ରୀ ମତୀ ପୁଷ୍ପାଞ୍ଜଳୀ ଦାସ, ମିଥୁନ ପ୍ରଧାନ ସାହାଯ୍ୟ କରିଥିଲେ। ସଭାରେ ବରପାଲି ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମୁକୁନ୍ଦ ମହାନା, ସରକାରୀ ବାଳିକା ହାଇସ୍କୁଲ ,ବରଗଡ଼ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ମତୀ ରେଣୁ ଦାସଶର୍ମା ଉପସ୍ଥିତ ଥିଲେ। ଜର୍ଜ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ଫକୀର ମୋହନ ସାହୁ, ଡୋଳାମଣୀ ଶତପଥୀ, ସଦାନନ୍ଦ ଜାଲ ସଭା କାର୍ଯ୍ୟ ରେ ସାହାଯ୍ୟ କରିଥିଲେ।ସଭାରେ ବରଗଡ଼ ଜିଲ୍ଲାପାଳ ମହୋଦୟା ଙ୍କର ଏହି ଉଚ୍ଚାକାଂକ୍ଷୀ ପ୍ରକଳ୍ପ କୁ ସବୁ ମହଲ ସ୍ୱାଗତ କରା ଯାଇଥିଲାରେ ଓ ଶିକ୍ଷା ର ଉନ୍ନତି ପାଇଁ ନେଉଥିବା ପଦକ୍ଷେପ ପାଇଁ ସାଧୁବାଦ ଦିଆ ଯାଇଥିଲା।
Sign in
Sign in
Recover your password.
A password will be e-mailed to you.