ମୋବାଇଲ ଦୋକାନରୁ ଚୋରୀ ଘଟଣାରେ ଦୁଇ ଗିରଫ

0

ଭଞ୍ଜନଗର : ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା କାଞ୍ଚନ ମୋବାଇଲ ଦୋକାନରୁ ଗତ ୨୨ ତାରିଖ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଥିବା ନେଇ ଦୋକାନ ମାଲିକ ସୁକାନ୍ତ କୁମାର ପାଣିଗ୍ରାହୀ ଥାନାରେ ଅଭିଯୋଗ କରିଥିଲେ। ପାଖାପାଖି ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଉପକରଣ ଚୋରୀ ହୋଇଥିଲା। ଦୁଇ ଜଣ ଦୁର୍ବୁତ୍ତ ଦୋକାନର ଉପର ଛାତର ନକଲି ଚାବିରେ ତାଲା ଫିଟାଇ କାଚ ଭାଙ୍ଗି ଭିତରେ ପଶିବା ପରେ ଦୋକାନରେ ଥିବା ବିଭିନ୍ନ ନାମିଦାମୀ କମ୍ପାନୀର ୧୩ଟି ସ୍ମାର୍ଟଫୋନ,୨ଟି ଟାବଲେଟ,୧୦ ଟି ସ୍ମାର୍ଟ ଘଣ୍ଟା, କିଛି ମୋବାଇଲ ଉପକରଣ ଓ ଗୋଟିଏ କମ୍ପ୍ୟୁଟର ସିପିୟୁ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ କେସ ନଂ ୩୫୯/୨୨ ରେ ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ ନେଇ ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ପୋଲିସ ବେଲଗୁଣ୍ଠା ଥାନା ନୂଆଗାଁ ଗ୍ରାମର ପ୍ରୀତମ କୁମାର ବରାଡ଼ ଓ ଜଣେ ବାଳ ଅପରାଧୀ କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟଙ୍କୁ ଭଞ୍ଜନଗର କୋର୍ଟ ଓ ବ୍ରହ୍ମପୁର ଜୁଭେନାଇଲ କୋର୍ଟ ଚାଲାଣ କରାଯାଇଛି। ଦୋକାନର ଜଣେ ପୂର୍ବତନ କର୍ମଚାରୀ ଏବଂ ତାର ଜଣେ ସହଯୋଗୀ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି । ଅଭିଯୁକ୍ତ ମାନଙ୍କ ଠାରୁ ଜବତ ଉପକରଣ କୁ ଦୋକାନ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.