ଜଗତସିଂହପୁର /ସୁମନ୍ତ କୁମାର ଦାସ:କିଏ କହିଲା ପୋଲିସ ପାଖରେ ନାହିଁ ମଣିଷ ପଣିଆ? ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସଦର ଥାନାର ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁଙ୍କ ଠାରେ l ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ତାଙ୍କର ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ କୁ ପଠାଇଛନ୍ତି l ସୂଚନା ଅନୁଯାୟୀ ଏହି ମହିଳା ଜଣଙ୍କ କେଉଁଠୁ ଆସିଛନ୍ତି ତାଙ୍କର ସଠିକ ଠିକଣା ଜଣାପଡି ନାହିଁ l ତେବେ ଦୁଇ ତିନି ମାସ ହେବ ଜଗତସିଂହପୁର ସଦର ମହକୁମା ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରି ରାତିରେ ଥାନାର ମୁଖ୍ୟ ଫାଟକ କଡରେ ଥିବା ଏକ ପରିତକ୍ତ ସ୍ଥାନରେ ରହୁଛନ୍ତି l ମହିଳା ଜଣକ ମାନସିକ ରୋଗୀ ହୋଇଥିବାରୁ କେହି ତାଙ୍କୁ ପଚାରୁ ନଥିଲେ l ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ସାହୁ ମହିଳା ଜଣଙ୍କର ଏଭଳି ଅବସ୍ଥା ଦେଖି ତାଙ୍କ ହୃଦୟ ତରଳି ଯାଇଥିଲା l ଥାନା ଅଧିକାରୀ ତାଙ୍କ ମହିଳା କର୍ମଚାରୀ ଙ୍କ ସହିତ ଆଲୋଚନା କରି ସରକାରଙ୍କ ମହିଳା ଙ୍କ ପାଇଁ ଖୋଲାଯାଇଥିବା ସଖି କେନ୍ଦ୍ର ସହିତ ଯୋଗାଯୋଗ କରିଥିଲେ l ମାନସିକ ରୋଗୀ ରହୁଥିବା ସ୍ଥାନରେ ଥାନା ଗାଡି ସହିତ ସଖି କେନ୍ଦ୍ରର କର୍ମଚାରୀ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ l ମହିଳାଙ୍କୁ ସଫାସୁତରା କରାଇବା ସହିତ ନୂତନ ବସ୍ତ୍ର ପିନ୍ଧାଇ ଜଗତସିଂହପୁର ମୁଖ୍ୟ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ହେଲେ ମୁଖ୍ୟ ଚିକିତ୍ସାଳୟରେ ମାନସିକ ରୋଗୀଙ୍କ ପାଇଁ କୌଣସି ସୁବିଧା ନଥିବାରୁ ଡାକ୍ତର ତାଙ୍କୁ କଟକ ନେବା ପାଇଁ ପରାମର୍ଶ ଦେଇଥିଲେ l ହେଲେ ମାନସିକ ରୋଗରେ ପୀଡିତ ମହିଳାଙ୍କୁ କିପରି କଟକ ନିଆଯିବ ସେଥିପାଇଁ ଚିନ୍ତାରେ ପଡିଯାଇଥିଲେ ଥାନା ଅଧିକାରୀ ପ୍ରଭାସ ସାହୁ l ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ କଟକ ନେବା ପାଇଁ ଥାନାରୁ ଗାଡି ଦେବା ସହିତ ମହିଳା କର୍ମଚାରୀ ଙ୍କୁ ସାଙ୍ଗରେ ପଠାଇଥିଲେ l ସ୍ୱାର୍ଥପର ଦୁନିଆରେ କେହି କାହାକୁ ପଚାରୁ ନାହାନ୍ତି l ନିଜ ଜନ୍ମ କଲା ବାପା ମାଆ ଙ୍କୁ ନିଜ ପିଲାଛୁଆ ପଚାରୁ ନଥିବା ବେଳେ ମାନସିକ ରୋଗୀଙ୍କୁ ପଚାରୁଛି ବା କିଏ? ପୋଲିସ ର ନିତିଦିନିଆ କାର୍ଯ୍ୟ ସହିତ ଅନ୍ୟ କିଛି ସାମାଜିକ ଦାୟିତ୍ୱ ରହିଛି l ସମାଜ ପାଇଁ କିଛି ଜନ କଲ୍ୟାଣ କାମ କଲେ ପୋଲିସ ଜନସାଧାରଣ ଙ୍କର ବିଶ୍ୱାସ
ଭାଜନ ହୋଇପାରିବ l ପୋଲିସ ପୋଷାକ ପିନ୍ଧିଥିବା ପୋଲିସ ବାବୁଙ୍କ ବାବୁଙ୍କ ପୋଷାକ ତଳେ ଲୁଚି ରହିଛି ମାନବିକତା l ଯାହାକୁ ଦେଖାଇଛନ୍ତି ଥାନା ଅଧିକାରୀ ପ୍ରଭାସ ବାବୁ l ଏଭଳି କାର୍ଯ୍ୟ କରିବା ଫଳରେ ମାନସିକ ଶାନ୍ତି ମିଳିବା ସହିତ ଅନ୍ୟମାନେ ଶିଖିବା ଦରକାର l ସମାଜରେ ରହୁଥିବା ମାନସିକ ରୋଗୀଙ୍କୁ କେହି ଦୂର ଦୂର ମାର ମାର ନକରନ୍ତୁ l ମାନସିକ ରୋଗୀଙ୍କ ପ୍ରତି ଦୟାଭାବ ରଖନ୍ତୁ ଏମାନଙ୍କୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରନ୍ତୁ l ଏହା ଦ୍ୱାରା ସମାଜରେ ପରିବର୍ତ୍ତନ କିଛିଟା ନିଶ୍ଚୟ ଆସିବ l ଜଣେ ସଚୋଟ ସରଳ ହୃଦୟବାନ ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ l ତାଙ୍କର ଏଭଳି ମହାନ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ l
Sign in
Sign in
Recover your password.
A password will be e-mailed to you.
Next Post