ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ ଝାମୀ ପଞ୍ଚାୟତ ଅନ୍ତର୍ଗତ ପର୍ଶୁରାମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତି କୁମୁଦିନୀ ଲେଙ୍କା ଚଳିତ ମାସ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବେ।
ଶୁକ୍ରବାର ଦିନ ଏହି ପରିପ୍ରେକ୍ଷୀରେ ଗୁମ୍ମା ଗୋଷ୍ଠୀ ଶିକ୍ଷାଧିକରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ପର୍ଶୁରାମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା।
ଏଥିରେ ଆଗୁଆ ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା ସହ ତାଙ୍କ ନିମନ୍ତେ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ଶିକ୍ଷୟିତ୍ରୀଙ୍କୁ ହିସାବ ନିୟନ୍ତ୍ରକ , ଓଡିଶା , ଭୁବନେଶ୍ୱରଙ୍କ ଦ୍ଵାରା ମଞ୍ଜୁରୀ ପ୍ରାପ୍ତ ପେନସନ ଚିଠା କାଗଜପତ୍ର ଓ ଦସ୍ତାବିଜ୍ ହସ୍ତାନ୍ତର କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନୟନ ରଞ୍ଜନ ମଣ୍ଡଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଦନ ମୋହନ କହଁର , ଶ୍ରୀ ବାବାଜୀ ପ୍ରଧାନ , ଶିକ୍ଷା ଉପ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ମୂରଲୀଧର ବେହେରା , ଆଞ୍ଚଳିକ ସମ୍ବଳ ସାଧନ କେନ୍ଦ୍ର ସଂଯୋଜକ , ଜୀବା ଶ୍ରୀ ସଞ୍ଜୀବ କୁମାର ପାଣି , କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ , ଶିକ୍ଷୟିତ୍ରୀ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତା , ଶିକ୍ଷାର୍ଥୀ , ପିତା ମାତା , ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ।
ବିଦାୟୀ ଶିକ୍ଷୟିତ୍ରୀଙ୍କୁ ଆଗୁଆ ପେନ୍ସନ ଦସ୍ତାବିଜ ସହ ଉପହାର , ଉପଢୌକନ , ପ୍ରଶଂସା ପତ୍ର ପ୍ରଦାନ କରାଯିବା ସହ ଭାବ ବିହ୍ଵଳ ପରିବେଶ ମଧ୍ୟରେ ପ୍ରଧାନଶିକ୍ଷକ ଶ୍ରୀ ଶଶିଭୂଷଣ ପଟ୍ଟନାୟକ ସ୍ବରଚିତ ବିଦାୟ ଗୀତିକା ଉପସ୍ଥାପନା କରିଥିଲେ। ଉପସ୍ଥିତ ପ୍ରଧାନଶିକ୍ଷକ- ଶିକ୍ଷୟିତ୍ରୀ , ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ ଶିକ୍ଷୟିତ୍ରୀଙ୍କ ଗୁଣକୀର୍ତ୍ତନ କରିବା ସହ ତାଙ୍କ ଅବଶିଷ୍ଟ ଜୀବନ ସୁଖମୟ ହେବା ନିମନ୍ତେ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post