ଜଗତସିଂହପୁର /ସୁମନ୍ତ କୁମାର ଦାସ: ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଆକ୍ଷପ କରି କଂଗ୍ରେସ ସାଂସଦ ଅଧିର ଚୌଧୁରୀ ମହା ମହିମ ରାଷ୍ଟ୍ରପତି ଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କୁ ନେଇ ଜଗତସିଂହପୁର ବିଜେପି ପକ୍ଷରୁ ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ପାର୍ଟି କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବା ପରେ କର୍ମୀ ମାନେ ସ୍ଥାନୀୟ ଥାନା ଛକ ନିକଟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସାଂସଦ ଅଧିର ଚୌଧୁରୀ ଦେଶ ବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିବା ସହିତ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ଦେବାକୁ ଦାବି କରି କୁଶ ପୁତ୍ତଳିକା ଦାହ କରିଥିଲେ। ଯଦି ସାଂସଦ ଚୌଧୁରୀ କ୍ଷମା ନମାଗନ୍ତି ଆଗାମୀ ଦିନରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.