ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପର ପ୍ରତିବାଦରେ ଆଜି ହଜାର ହଜାର କଳାକାର ଶାନ୍ତିପୂର୍ଣ୍ଣ ଭାବେ ପାରମ୍ପରିକ ବେଶ ପୋଷାକ ପରିଧାନ କରି ପାରମ୍ପରିକ ବାଦ୍ୟ ନୃତ୍ୟର ତାଳେ ତାଳେ ବିରାଟ ପାଟୁଆରରେ ମାଦିକୁନ୍ଦା ଛକରୁ ବାହାରି ଜ଼ିଲ୍ଲାପାଳଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଯାଇ କନ୍ଧମାଳ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲକୁ ଭେଟି ଛଅଦଫା ଦାବୀପତ୍ର ପ୍ରଦାନ କରିଛନ୍ତି I ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଥିବା ପ୍ରମୁଖ ଦାବୀ ଗୁଡିକ ହେଲା କଳାକାରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଅସମ୍ମାନ କରୁଥିବା ଜ଼ିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଚବିଶ ଘଣ୍ଟା ଭିତରେ ବଦଳି କରାଯାଉ I ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରେଜିଷ୍ଟେସନ ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲାରେ କଳାକାର ଚୟନ ପ୍ରକ୍ରିୟାରୁ ବଞ୍ଚିତ କରାଯାଇ ଥିବା ଲୋକ କଳାକାର ସଂକୀର୍ତ୍ତନ ମଣ୍ଡଳୀକୁ ତୁରନ୍ତ ସାମିଲ କରାଯାଉ I ଭାଗବତ ଟୁଙ୍ଗୀର ପୁନଃଉଦ୍ଧାର କରାଯାଉ I କଳାକାରଙ୍କୁ ଅତି ଶୀଘ୍ର ପେନସନ ଦିଆଯାଉ I ବିଶ୍ୱ ମହାମାରୀ କୋରନାରେ କ୍ଷତିଗ୍ରସ୍ତ ପେସାଦାର କଳାକାରଙ୍କୁ ସଚେତନତା କାର୍ଯ୍ୟକ୍ରମ ଦିଆଯାଉ ଏବଂ ସ୍ୱାଭିମାନ କଳାକାରଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉ l ଜ଼ିଲ୍ଲା ପାରମ୍ପରିକ ଲୋକକଳା ସଂଘର ଉପ-ସଭାପତି ଅକ୍ଷୟ କର୍ଣ୍ଣ, ଜ଼ିଲ୍ଲା ସଂଯୋଜକ ସନ୍ତୋଷ ପାତ୍ର, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର, ଆଇନ ଜୀବି ସତ୍ୟ ନାରାୟଣ ବେହେରା, ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ସମେତ ବାରଗୋଟି ବ୍ଲକ ର ଉପ-ସଭାପତିଙ୍କ ନେତୃତ୍ୱରେ ବହୁ ଲୋକକଳା ଯୋଗଦେଇ ଥିଲେ I ଜିଲ୍ଲା ପ୍ରଶାସନ ତୁରନ୍ତ ଦାବୀ ପୂରଣ ନକଲେ ଆଗାମୀ ଦିନରେ ଲୋକ କଳାକାର ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post