ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ”ଆନ୍ତର୍ଜାତିକ ମାନବାଧିକାର ରକ୍ଷକ” ଗଜପତି ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜନ କରାଯାଇଥିଲା।
ସଂସ୍ଥାର ଜିଲ୍ଲା ବୋର୍ଡର ମହିଳା ସଭାପତି ଶ୍ରୀମତୀ ତନୁଜା ଶତପଥୀ ଏଥିରେ ସଭାପତିତ୍ୱ କରି ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଜିଲ୍ଲା ବୋର୍ଡର କାର୍ଯ୍ୟ ଉପରେ ପ୍ରାରମ୍ଭିକ ସୂଚନା ଦେଇ ଏହା କିଭଳି ଲୋକଙ୍କ ସାମାଜିକ ସେବା ଯୋଗାଇ ଦେବାରେ ବ୍ରତୀ ହୋଇ କାର୍ଯ୍ୟ କରିବ , ସେ ସମ୍ପର୍କରେ କହିଥିଲେ।
କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂସ୍ଥାର ପ୍ରତିଷ୍ଠାତା ତଥା ରାଜ୍ୟ ବୋର୍ଡ ଅଧ୍ୟକ୍ଷ ଶ୍ରୀ ମୀନକେତନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ କରିବା ସହ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ଉଚିତ ନ୍ୟାୟ ଯୋଗାଇ ଦେବା ଏହି ସଂସ୍ଥାର ମୂଳ ଲକ୍ଷ ବୋଲି କହିଥିଲେ।
ଆଗାମୀ ଦିନରେ ସଂସ୍ଥା ପକ୍ଷରୁ ଆମ୍ବୁଲାନ୍ସ ସଭିସ, ଅନାଥ ପିଲାମାନଙ୍କ ରହିବା ପାଇଁ ଜରାଶ୍ରମ ନିର୍ମାଣ କରାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ।
ଅନ୍ୟପକ୍ଷରେ , ଜିଲ୍ଲାରେ ଘଟି ଯାଉଥିବା ବିଭିନ୍ନ ଘଟଣା-ଅଘଟଣାରେ କୌଣସି ପ୍ରକାର ଦଳିତ , ନିଷ୍ପେସିତ , ନିର୍ଯ୍ୟାତିତ ଓ ଅବହେଳିତ ବ୍ୟକ୍ତି ବିଶେଷଙ୍କ ଅଧିକାର ଯଦି କ୍ଷୁର୍ଣ୍ଣ ହେଉଛି , ସେ ସମ୍ପର୍କରେ ଆମ ସଂସ୍ଥାକୁ ହେଲ୍ପ ନଂ ୯୦୭୮୦-୨୫୫୫୨/୯୮୬୧୦-୪୩୫୬୦ ଏବଂ ୯୩୩୭୯-୩୨୪୩୯ କୁ ଜଣାଇଲେ ତାଙ୍କ ପ୍ରତି କିଭଳି ନ୍ୟାୟିକ ପଦ୍ଧତିରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ , ସେ ସମ୍ପର୍କରେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବୋର୍ଡର ଜିଲ୍ଲା ସଭାପତି ଶ୍ରୀ ରଞ୍ଜନ କୁମାର ମହାପାତ୍ର , ଉପସଭାପତି ଶ୍ରୀ ନରସିଂହ ମାଳ ବିଶୋୟୀ ଏବଂ ଜିଲ୍ଲା ସେକ୍ରେଟାରୀ ଶ୍ରୀ ହିମାଂଶୁ କୁମାର ଲିମା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ “ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ” ସଂସ୍ଥାର ଲକ୍ଷ , ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ କହିଥିଲେ। ଶେଷରେ ଅନକ୍ଷା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post