ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ଶ୍ରୀ ହେମନ୍ତ କୁମାର ନାୟକ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜଗତସିଂହପୁର ର ବାର୍ଷିକ ନିରୀକ୍ଷଣ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟାଳୟ କର୍ମଚାରୀମାନେ ଉପନିର୍ଦ୍ଦେଶକ ଶ୍ରୀ ନାୟକଙ୍କୁ ସ୍ୱାଗତ କରିଥିଲେ l ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନାଗୁଡିକୁ ଲୋକଲୋଚନକୁ ଆଣି ଜନସାଧାରଣଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ l ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିମନ୍ତେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ଖବରକାଗଜ ହକରଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କୋଭିଡ ସହାୟତା ଓ ପରିଚୟ ପତ୍ର ସମ୍ପର୍କରେ ପଚାରି ବୁଝିଥିଲେ l ପରେ ଶ୍ରୀ ନାୟକ ଜଗତସିଂହପୁର, କନକପୁର ଓ ପାରାଦ୍ବୀପ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରି ପାଠକମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ l ନିରୀକ୍ଷଣ ସମୟରେ କାର୍ଯ୍ୟାଳୟର ସହାୟକ ଶ୍ରୀ ଦିବାକର ପାତ୍ର, ଅପରେଟର ଶ୍ରୀ ଦୁର୍ଯ୍ୟୋଧନ ପରିଡା, କନିଷ୍ଠ ସହାୟକ ଶିଖା ମହାନ୍ତି, ଲାଇବ୍ରେରୀଆନ ଶ୍ରୀ ବିଶ୍ୱନାଥ ବାରିକ, ଗାଡିଚାଳକ ମିର୍ଜା ଜାଫର ବେଗ୍, ଭରତ କୁମାର ସାହୁ, ପରୀକ୍ଷିତ ପଟ୍ଟନାୟକ, ସୋମନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post