ଭଞ୍ଜନଗର/ନିଲୁ ବିଷୋୟୀ: ଗଞ୍ଜାମ ଜିଲ୍ଲା ପୁଲିସ୍ ଅଧୀକ୍ଷକ ବ୍ରିଜେଶ୍ ରାୟ ଗୁରୁବାର ଅପରାହ୍ନ ରେ ଭଞ୍ଜନଗର ଥାନା ପରିଦର୍ଶନ କରିଛନ୍ତି। ଥାନାରେ ପହଞ୍ଚି ଅପରାଧ, ଅପରାଧି, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ଅଧପନ୍ତରିଆ ଥିବା ମାମଲା ଗୁଡ଼ିକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ୱାରେଣ୍ଟ,ଅପରାଧୀ ଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ। ଥାନା ବୁଲି ଦେଖିବା ସହ ପରିଷ୍କାର ପରିଚ୍ଛନତା ପାଇଁ ପ୍ରସଂଶା କରିଥିବା ବେଳେ ୫ ଟି ଆଧାରରେ ଥାନାକୁ ଆସୁଥିବା ଲୋକ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଯତ୍ନବାନ ହେବା ପାଇଁ ପରମର୍ଶ ଦେଇଥିଲେ।ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଥାନା ଅଧିକାରୀ ଧୀରେଶ କୁମାର ଦାସ,ଏସ୍ଆଇ କେଶବ ଷଡଙ୍ଗୀ, ମନସ୍ୱିନୀ ମହାନ୍ତି, ମୋହନ କହିଁର ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.