ଆଦିତ୍ୟ ବିର୍ଲା ସ୍କୁଲର ଅଧକ୍ଷଙ୍କୁ ଭାବ ବିହ୍ଵଳ ବିଦାୟକାଳୀନ ସମ୍ବର୍ଦ୍ଧନା

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଅଧିନସ୍ତ ଓଷପୋଡା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ସଦସ୍ୟ ତଥା ଅଧକ୍ଷଙ୍କୁ ଏ. ବି. ପି. ଏସ ପରିବାର ତରଫରୁ ଭାବ ବିହ୍ଵଳ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି,2011 ମସିହାରେ ଉତ୍କଳ ଆଲୁମିନା ତରଫରୁ ଏହି ଅଞ୍ଚଳ ର ସାମଗ୍ରିକ ଉନ୍ନତି କରିବାର ଲକ୍ଷ୍ୟ ନେଇ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା 137 ଜଣ ବିଦ୍ୟାର୍ଥୀ ଓ 8 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନେଇ ଆରମ୍ଭ କରାଯାଇଥିବା ଏହି ମଣିଷ ତିଆରି କାରଖାନା ବର୍ତମାନ ଯୋଉ ଶୀର୍ଷ ସ୍ଥାନ ଲାଭ କରିଚି, ତାହାର ମୂଳ ରେ ଯାହାର ଅକ୍ଲାନ୍ତ ପରିଶ୍ରମ ନିରବଛିନ୍ନ ପ୍ରତିଷ୍ଠା ଏଯାବତ ଜାରି ରହିଛି ସେ ଆଉ କିଏ ନୁହଁନ୍ତି ସେ ହେଉଛନ୍ତି ପ୍ରିୟ ଅଧକ୍ଷ ଶ୍ରୀଯୁକ୍ତ ଦାଶ ସାର | ସେ ଜଣେ ଦକ୍ଷ ପ୍ରଶାସକ କଠିନ ପରିଶ୍ରମି ମେଳାପୀ ଓ ମିଷ୍ଠଭାବି ଭାବରେ ଏହି ଅଞ୍ଚଳ ରେ ଚିର ପରିଚିତ, ଦୀର୍ଘ 11 ବର୍ଷ ର ଜୟ ଯାତ୍ରାରେ ଶିକ୍ଷା, କଳା, ସଂସ୍କୃତି, କ୍ରୀଡା, ବକ୍ତୃତା ପ୍ରତିଯୋଗିତା ପ୍ରତେକ ଟି ବିଭାଗରେ ଜିଲ୍ଲା ସ୍ତରୀୟ, ରାଜ୍ୟ ସ୍ଥରୀୟ, ଏବଂ ଜାତୀୟ ସ୍ଥର ରେ ବିଦ୍ୟାଳୟ କୀର୍ତ୍ତିମାନ ସ୍ଥାପନ କରିପାରିଛି | ଏହି ବିଦାୟକାଳୀନ ସମ୍ବର୍ଦ୍ଧନାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି ତାଙ୍କର ସପରିବାରର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ, ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ଅଭିଭାବିକା ଶିକ୍ଷକ ଓ ଶିକ୍ଷୟତ୍ରୀ କର୍ମକର୍ତ୍ତା ଓ ଅଞ୍ଚଳବାସୀ ତାଙ୍କର ବିଦ୍ୟାଳୟ ନିମନ୍ତେ ଏହି ବହୁ ମୂଲ୍ୟ ଅବଦାନ ନିମନ୍ତେ ଚି଼ର କୃତଜ୍ଞ ରହିବେ |

Leave A Reply

Your email address will not be published.